ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୧ ଜଣଙ୍କୁ କ୍ଯାବିନେଟ୍, ୯ ଜଣଙ୍କୁ ରାଷ୍ଟ୍ରପାହ୍ଯା

ଭୁବନେଶ୍ୱର ୨୮/୫: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ଯାରେ ରାଜ୍ଯପାଳ ଶ୍ରୀ ଗଣେଷୀ ଲାଲ୍ ୧୧ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୯ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନବୀନଙ୍କୁ ମିଶାଇ ୨୧ ଜଣିଆ ମନ୍ତ୍ରିମଣ୍ଡଳ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୧ ଜଣଙ୍କୁ କ୍ଯାବିନେଟ୍ ଏବଂ ୯ ଜଣଙ୍କୁ ରାଷ୍ଟ୍ରପାହ୍ଯା ମିଳିଛି । ଆସନ୍ତାକାଲି ସାଢେ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ଶପଥ ପାଠ କରିବ । ଦେଖନ୍ତୁ ତାଲିକା…

କ୍ୟାବିନେଟ୍ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ କୁମାର ମଲ୍ଲିକ୍, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ନବ କିଶୋର ଦାସ, ଟୁକୁନି ସାହୁଙ୍କୁ କ୍ଯାବିନେଟ୍ ପାହ୍ଯା ଦିଆଯାଇଛି ।
ରାଷ୍ଟ୍ରପାହ୍ଯା
ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ଯ ଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ୍, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ର ପାହ୍ୟା ମିଳିଛି ।