PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ମୋଦିଙ୍କ ଶପଥ ୩୦ରେ!

ନୂଆଦିଲ୍ଲୀ,୨୪ ।୫(ଏଜେନ୍ସି): ଲୋକସଭା ନିର୍ବାଚନ ବିଜେପି ବିପୁଳ ବିଜୟ ହାସଲ କରିବା ପରେ କେନ୍ଦ୍ରରେ ନୂଆ ସରକାର ଗଠନ କରିବା ଲାଗି ତତ୍ପରତା ପ୍ରକାଶ ପାଇଛି । ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ତାଙ୍କର ଓ ପୁରା ମନ୍ତ୍ରିମଣ୍ଡଳର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଷୋଡ଼ଶ ଲୋକସଭା ଭଙ୍ଗ କରିବା ପ୍ରସ୍ତାବ ମଧ୍ୟ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

ତେବେ ପରବର୍ତ୍ତୀ ସରକାର ଗଠନ ହେବା ପର୍ଯ୍ୟନ୍ତ ସେ ମୋଦିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଫଳରେ ନୂଆ ସରକାର ଗଠନ ପାଇଁ ପଥ ପରିସ୍କାର ହୋଇଯାଇଛି । ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଜୁନ ୩ ତାରିଖରେ ଶେଷ ହେବ । ତା ପୂର୍ବରୁ ଦେଶରେ ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବ । ନୂଆ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ କୌଣସି ସମୟ ଧାର୍ଯ୍ୟ କରାଯାଇନାହିଁ । ତେବେ ଚଳିତମାସ ୩୦ ତାରିଖରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । କାରଣ ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରଖିରେ ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯିବେ । ପରଦିନ ଅର୍ଥାତ ୨୯ରେ ଗୁଜରାଟ ଗସ୍ତ କରେିବ । ତେଣୁ ୩୦ ତାରଖିରେ ନୂଆ ସରକାର ଶପଥ ନେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଗତଥର ୨୦୧୪ ମେ ୨୬ ତାରିଖରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପୂର୍ବରୁ ଆଜି ଅପରାହ୍ନ ୫ଟାରେ ସାଉଥ୍‌ ବ୍ଲକରେ କେନ୍ଦ୍ର କ୍ୟାବେିନଟର ଶେଷ ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ । ଷୋଡ଼ଶ ଲୋକସଭା ଭଙ୍ଗ ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତା’ପରେ ମନ୍ତ୍ରି ପରିଷଦର ବୈଠକ ବସିଥିଲା । ସଚୂନାଯୋଗ୍ୟ, ୨୦୧୪ ମେ ୧୮ରେ ଷୋଡଶ଼ ଲୋକସଭା ଗଠନ ହୋଇଥôଲା । ଅପରପକ୍ଷରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଆଜି ସନ୍ଧ୍ୟା ୭ଟା ୩୦ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ପାଇଁ ଡିନର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେଇଥିଲେ ।

ଆସନ୍ତାକାଲି (ଶନିବାର) ନୂଆଦିଲ୍ଲୀରେ ବିଜେପି ସଂସଦୀୟ ଦଳର ବୈଠକ ବସିବ । ଏଥିରେ ମୋଦିଙ୍କୁ ସଂସଦୀୟ ଦଳର ନେତା ନିର୍ବାଚନ କରାଯିବ । ଏହା ପରେ ଏନ୍‌ଡିଏ ସଂସଦୀୟ ଦଳର ବୈଠକ ମଧ୍ୟ ବସିବ । ବୈଠକରେ ଏନ୍‌ଡିଏର ସବୁ ସାଂସଦ ସାମିଲ ହେବେ । ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଏଲ୍‌ଜେପି ମୁଖ୍ୟ ରାମବିଳାସ ପାଶ୍ୱାନଙ୍କ ସମେତ ଅନ୍ୟ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ରହିବେ । ବୈଠକରେ ମୋଦିଙ୍କୁ ଏନ୍‌ଡିଏର ନେତା ନିର୍ବାଚନ କରାଯିବ ।

ଶନିବାର ଓ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୂଆ ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗ ବଣ୍ଟନ ନେଇ ଏନ୍‌ଡିଏ ନେତାମାନଙ୍କ ସହିତ ପୃଥକ ଭାବେ ଆଲୋଚନା କରିବେ । ଶାହ ମଧ୍ୟ ଆଜି ଠାକ୍‌ରେଙ୍କୁ ଟେଲିଫୋନ୍‌ କରି ନୂଆଦିଲ୍ଲୀ ଆସିବାକୁ ଆମନ୍ତ୍ରଣ କରିଛନ୍ତି । କୁହାଯାଉଛି କି ଶାହଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ । ତାଙ୍କୁ ସ୍ୱରାଷ୍ଟ୍ର, ଅର୍ଥ, ବୈଦେଶିକ ବ୍ୟାପାର କିମ୍ବା ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମିଳିପାରେ । ତେବେ ପ୍ରଧାନମନ୍ତ୍ରୀ ଓ ଦଳ ଯେଉଁ ନିଷ୍ପତ୍ତି ନେବ ତାକୁ ସେ ମାନିବେ ବୋଲି ଶାହ କହିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଅସୁସ୍ଥ ଥିବାରୁ ସେମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ପୂର୍ବାହ୍ନରେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ ନେଇଛନ୍ତି । ମୋଦିଙ୍କ ସହ ଶାହ ମଧ୍ୟ ଉଭୟ ନେତାଙ୍କୁ ସେମାନଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଦଳର ବିପୁଳ ବିଜୟ ପାଇଁ ଆଡଭାନୀ ପୂର୍ବରୁ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଇତିମଧ୍ୟରେ ଆଜି ନିର୍ବାଚନ କମିଶନ ଭୋଟ ଗଣତି କାର୍ଯ୍ୟ ଶେଷ ହୋଇଥିବା ଘୋଷଣା କରିଛନ୍ତି । ଚୂଡ଼ାନ୍ତ ଫଳାଫଳ ଅନୁସାରେ ୫୪୨ ଲୋକସଭା ଆସନରୁ ବିଜେପି ସର୍ବାଧିକ ୩୦୩ ଆସନ ପାଇଥିଲା ବେଳେ କଂଗ୍ରେସ ୫୨ ଓ ଡିଏମ୍‌କେ ୨୩ଟି ଆସନ ପାଇଛି । ଅପରପକ୍ଷରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଆଜି ସନ୍ଧ୍ୟା ୭ଟା ୩୦ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ପାଇଁ ଡିନର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେଇଥିଲେ ।

ଆସନ୍ତାକାଲି (ଶନିବାର) ନୂଆଦିଲ୍ଲୀରେ ବିଜେପି ସଂସଦୀୟ ଦଳର ବୈଠକ ବସିବ । ଏଥିରେ ମୋଦିଙ୍କୁ ସଂସଦୀୟ ଦଳର ନେତା ନିର୍ବାଚନ କରାଯିବ । ଏହା ପରେ ଏନ୍‌ଡିଏ ସଂସଦୀୟ ଦଳର ବୈଠକ ମଧ୍ୟ ବସିବ । ବୈଠକରେ ଏନ୍‌ଡିଏର ସବୁ ସାଂସଦ ସାମିଲ ହେବେ । ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଏଲ୍‌ଜେପି ମୁଖ୍ୟ ରାମବିଳାସ ପାଶ୍ୱାନଙ୍କ ସମେତ ଅନ୍ୟ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ରହିବେ । ବୈଠକରେ ମୋଦିଙ୍କୁ ଏନ୍‌ଡିଏର ନେତା ନିର୍ବାଚନ କରାଯିବ ।

ଶନିବାର ଓ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୂଆ ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗ ବଣ୍ଟନ ନେଇ ଏନ୍‌ଡିଏ ନେତାମାନଙ୍କ ସହିତ ପୃଥକ ଭାବେ ଆଲୋଚନା କରିବେ । ଶାହ ମଧ୍ୟ ଆଜି ଠାକ୍‌ରେଙ୍କୁ ଟେଲିଫୋନ୍‌ କରି ନୂଆଦିଲ୍ଲୀ ଆସିବାକୁ ଆମନ୍ତ୍ରଣ କରିଛନ୍ତି । କୁହାଯାଉଛି କି ଶାହଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ । ତାଙ୍କୁ ସ୍ୱରାଷ୍ଟ୍ର, ଅର୍ଥ, ବୈଦେଶିକ ବ୍ୟାପାର କିମ୍ବା ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମିଳିପାରେ । ତେବେ ପ୍ରଧାନମନ୍ତ୍ରୀ ଓ ଦଳ ଯେଉଁ ନିଷ୍ପତ୍ତି ନେବ ତାକୁ ସେ ମାନିବେ ବୋଲି ଶାହ କହିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଅସୁସ୍ଥ ଥିବାରୁ ସେମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ପୂର୍ବାହ୍ନରେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ ନେଇଛନ୍ତି । ମୋଦିଙ୍କ ସହ ଶାହ ମଧ୍ୟ ଉଭୟ ନେତାଙ୍କୁ ସେମାନଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଦଳର ବିପୁଳ ବିଜୟ ପାଇଁ ଆଡଭାନୀ ପୂର୍ବରୁ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଇତିମଧ୍ୟରେ ଆଜି ନିର୍ବାଚନ କମିଶନ ଭୋଟ ଗଣତି କାର୍ଯ୍ୟ ଶେଷ ହୋଇଥିବା ଘୋଷଣା କରିଛନ୍ତି । ଚୂଡ଼ାନ୍ତ ଫଳାଫଳ ଅନୁସାରେ ୫୪୨ ଲୋକସଭା ଆସନରୁ ବିଜେପି ସର୍ବାଧିକ ୩୦୩ ଆସନ ପାଇଥିଲା ବେଳେ କଂଗ୍ରେସ ୫୨ ଓ ଡିଏମ୍‌କେ ୨୩ଟି ଆସନ ପାଇଛି ।

ସମ୍ବନ୍ଧିତ ଖବର