PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୮ରେ ଆସୁଛି ‘ପ୍ରେମରେ ରଖିଚି ୧୦୦ରୁ ୧୦୦’

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆସନ୍ତା ୮ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମରେ ରଖିଚି ୧୦୦ରୁ ୧୦୦’ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜି ଅଡିଓ ରିଲିଜ୍‌ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦିଆଯାଇଛି । ଶନିବାର ସନ୍ଧ୍ୟାରେ ଏକ ସଙ୍ଗୀତଭିତ୍ତିକ ସାଂସ୍କୃତିକ ପରିବେଶରେ ଚଳଚ୍ଚିତ୍ରର ଅଡିଓ ରିଲିଜ୍‌ ଅନୁଷ୍ଠିତ ହୋଇଥିଲା । ସିନେମାରେ ମୋଟ୍‌ ୫ଟି ଗୀତ ରହିଛି । ‘ହ୍ୱାଟ୍‌ସଅପ୍‌ରେ ଚାଟିଂ କଲେ’, ‘ଏ ମନ ବିଚରା’, ‘ଏ ତୁ କୁଆଡ଼େ ଯାଉଚୁ’, ‘ହୃଦୟ ଚିରି ଦିଅନ୍ତି ଯଦି’, ‘ତଡପ ତଡପ କରି’ ଭଳି ଗୀତସବୁ ରହିଛି । ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଦେଇଥିବାବେଳେ ଗୀତଗୁଡ଼ିକ ଲେଖିଛନ୍ତି ଗୀତିକାର ଡ. ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ । ଗୀତଗୁଡ଼ିକ ଗାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର, ଈରା ମହାନ୍ତି, ଦିପ୍ତି ପାଢ଼ୀ, ସ୍ୱୟଂପ୍ରଭାସ, ସବିଶେଷ, ତାରିକ୍‌ ଅଜିଜ୍‌, ଆଶୁତୋଷ । ରାସେଶ୍ୱରୀ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏ ଫିଲ୍ମର ପ୍ରଯୋଜନାରେ ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲ୍ଲୀପ କୁମାର ଦାସ ରହିଛନ୍ତି । ସମ୍ପାଦନାରେ ରାଜେଶ ଦାଶ, ମୁଖ୍ୟ ବ୍ୟବସ୍ଥାପକ ବିକାଶ ଶତପଥୀ ଏବଂ କ୍ରିଏଟିଭ୍‌ ହେଡ୍‌ ଭାବେ ପ୍ରଣୟ ଜେଠୀ ରହିଛନ୍ତି । ଆଜିର ଅଡିଓ ରିଲିଜ୍‌ରେ ଫିଲ୍ମର ସମସ୍ତ କଳାକାର, ଟେକ୍ନିସିଆନ୍‌, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ଯୋଗ ଦେଇଥିଲେ । ଫିଲ୍ମର ମୁଖ୍ୟ ଭୂମିକାରେ ନାୟକ ଜ୍ୟୋତି ଏବଂ ନାୟିକା ରିୟା ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ନାୟକ ।

ସମ୍ବନ୍ଧିତ ଖବର