ଭୁବନେଶ୍ଵର, ୦୧/୦୧ : ଏନଏସି ଗଠନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ବର୍ତ୍ତମାନ ସହରୀକରଣର ଆବଶ୍ୟକତା ରହିଛି। ୧୪ ମାସ ଭିତରେ ୨୮ଟି ଏନଏସି, ୭ଟି ମୁନିସିପାଲିଟି ଏବଂ ଗୋଟିଏ ମହାନଗରନିଗମ ପାଇଁ କଥା ଦେଇଥିଲୁ। ତାହା ଚୂଡ଼ାନ୍ତ ହେଲା। ଜନଗଣନା ପାଇଁ କିଛିଦିନ ବିଳମ୍ବ ହୋଇପାରେ। ବାକି ଯେଉଁଠି ଡିମାଣ୍ଡ୍ ଅଛି ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି। ଯେଉଁଠି ଆବଶ୍ୟକତା ଅଛି ତାହା କରାଯିବ। ଏଥିପାଇଁ ବହୁତ ପ୍ରସ୍ତାବ ଆସିଛି।
ନଗର ଉନ୍ନୟନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ବୁଧବାର ଡ୍ରାଫ୍ଟ ନୋଟିଫିକେସନ ହେଲା। ତା ପାଇଁ ବ୍ଲୁ ପ୍ରିଣ୍ଟ ହୋଇଛି। ସବୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ କାର୍ଯ୍ୟକାରୀ ହେବ। ଏଥିପାଇଁ ମାଷ୍ଟର ପ୍ଲାନ୍ ହୋଇଛି। ସେଥିରେ ଡ୍ରେନ୍, ରୋଡ୍, ଅଫିସ୍ ବିଲ୍ଡିଂ ପାଇଁ ୫ କୋଟି ରହିଛି। ଲାଇଟ୍ ପାଇଁ ୫୦ ଲକ୍ଷ, ଡ୍ରେନ୍ ପାଇଁ ୫୦ ଲକ୍ଷ, ସଫେଇ ପାଇଁ ୫୦ ଲକ୍ଷ ରହିଛି। ସବୁ ଏନଏସିରେ ବିଡିଓମାନେ କାର୍ଯ୍ୟକାରୀ ଅଧିକାରୀ ଚାର୍ଜରେ ରହିବେ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀ ଭାବେ କାମ କରିବେ।
ଭୁବନେଶ୍ଵରରେ ମେଟ୍ରୋ ଟ୍ରେନ୍ ପ୍ରଚଳନ ନେଇ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ବୈଷୟିକ ଟିମ୍ ବାହାର ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି। ଭୁବନେଶ୍ୱରରେ ଟ୍ରାଫିକ ଗହଳି ହଟାଇବା ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମେଟ୍ରୋକୁ ତରବର ଭାବେ କରାଯିବ ନାହିଁ। ଯେଉଁ ଅନୁଧ୍ୟାନକାରୀ ଟିମ୍ ମାନେ ଯାଇଛନ୍ତି ସେମାନେ ଅନୁଧ୍ୟାନ କରି ଫେରିବା ପରେ ଜଣାପଡ଼ିବ। କିନ୍ତୁ ଏହାର କାର୍ଯ୍ୟକାରୀ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି।
ଏହି ଖବରଟିକୁ ପଢନ୍ତୁ- ରାଇରଙ୍ଗପୁରରେ ଇଗ୍ନୋର ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର ଲୋକାର୍ପଣ କଲେ ରାଷ୍ଟ୍ରପତି, ଜନଜାତି ଅଞ୍ଚଳରେ ପାଠପଢା ସହିତ ମିଳିବ ଦକ୍ଷତା ଶିକ୍ଷା