ନୂଆଦିଲ୍ଲୀ,୨୩/୦୪ : ଦେଶରେ ଅନଲାଇନ୍ ଗେମିଂଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ(ଓଜିଏଆଇ) ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ନୂଆ ବ୍ୟବସ୍ଥା ଅନଲାଇନ୍ ଗେମିଂ ରେଗୁଲେଶନ ଆକ୍ଟ-୨୦୨୫ ଅଧୀନରେ ମେ’ ପହିଲାରୁ ସମଗ୍ର ଦେଶରେ ଲାଗୁ ହେବ । ନୂଆ ନିୟମଗୁଡ଼ିକ ଅଧୀନରେ ଗେମିଂ କମ୍ପାନିଗୁଡ଼ିକୁ ବଡ଼ ଆଶ୍ୱସ୍ତି ଦେଇ ସରକାର ସାର୍ଟିଫିକେଟର ବୈଧତାକୁ ଦୁଇ ଗୁଣା କରିଦେଇଛନ୍ତି ।

ଆଇଟି ସଚିବ ଏସ୍. କୃଷ୍ଣନ କହିଛନ୍ତି ଯେ, ସରକାର ଗେମିଂ ଶିଳ୍ପ ପାଇଁ ଲାଇଟ୍-ଟଚ୍ ରେଗୁଲେଟୋରୀ ଆପ୍ରୋଚ ଆପଣାଇଛନ୍ତି, ଯଦ୍ଦ୍ୱାରା ଷ୍ଟାର୍ଟଅପ୍ ଏବଂ ଡେଭଲପରମାନଙ୍କୁ ଅଯଥା ବୋଝ ନେବାକୁ ପଡ଼ିବ ନାହିଁ । ନୂଆ ନିୟମ ଅଧୀନରେ ସବୁଠୁ ବଡ଼ ପରିବର୍ତ୍ତନ ଅନ୍ଲାଇନ୍ ଗେମ୍ସର ପ୍ରମାଣନକୁ ନେଇ କରାଯାଇଛି । ଏବେ କୌଣସି ଗେମକୁ ମିଳୁଥିବା ସାର୍ଟିଫିକେଟର ବୈଧତା ୫ ବର୍ଷ ବଦଳରେ ୧୦ ବର୍ଷ ପାଇଁ ହେବ । ଫଳରେ ଗେମ୍ ନିର୍ମାତାଙ୍କୁ ବାରମ୍ବାର ରିନ୍ୟୁ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଅନୁସାରେ, ଏହାଦ୍ୱାରା ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସରେ ସୁଧାର ଆସିବ । ଆଇଟି ସଚିବଙ୍କ ଅନୁସାରେ, ଯେଉଁ ଗେମରେ ବାସ୍ତବ ଟଙ୍କାର ନେଣଦେଣ ସାମିଲ ନ ଥାଏ ତାହାକୁ ପଞ୍ଜୀକରଣ କରିବା ଅନିବାର୍ଯ୍ୟ ହେବ ନାହିଁ ।

ଏହି ଖବରଟିକୁ ପଢନ୍ତୁEthanol : ଏଟିଏଫ୍ରେ ମିଶିବ ଇଥାନଲ, ଅଶୋଧିତ ତୈଳ ଆମଦାନି ଉପରୁ କମିବ ନିର୍ଭରତା