ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବରଗଡ଼ ସହରରେ ରହିବନି ପାନୀୟ ଜଳ ସମସ୍ୟା: ନୂଆ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ ।୨(ବ୍ୟୁରୋ): ବରଗଡ଼ ସହରର ପାନୀୟ ଜଳ ସମସ୍ୟା ଦୂର ହେବ । ଲୋକଙ୍କ ଚାହିଦା ଅନୁସାରେ ମିଳିବ ପାନୀୟ ଜଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟରୁ ବରଗଡ଼ ସହର ପାଇଁ ୧୯.୫୦ ମିଲିୟନ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାଦ୍ୱାରା ଆସନ୍ତା ୧୫ ବର୍ଷ ଯାଏ ସହର ପାନୀୟ ଜଳ ଆବଶ୍ୟକତା ପୂରଣ ହୋଇପାରିବ ।
ଏହି ପ୍ରକଳ୍ପ ପାଇଁ ୩୭.୨୩ କୋଟି ଟଙ୍କା ବିନିଯୋଗ ହୋଇଥିଲା ବେଳେ ସହରର ୧.୨୦ ଲକ୍ଷ ଲୋକ ଉପକୃତ ହେବେ । ବରଗଡ଼ ପଶ୍ଚିମ କେନାଲରୁ ପାଣି ନେଇ ଏ ପ୍ରକଳ୍ପ ପାଣି ଯୋଗାଇବ । ଏଥିପାଇଁ ୪.୧୫ ମିଲିୟନ ଲିଟର ବିଶିଷ୍ଟ ୪ଟି ଜଳାଶୟ ଓ ୧.୮୫ ମିିଲିୟନ କ୍ଷମତାର ୨ଟି ଜଳାଶୟ କରାଯାଇଛି । ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏବେ ବରଗଡ଼ ସହର ପାଇଁ ଦୈନିକ ୧୪.୮୨ ମିଲିୟନ ଲିଟର ପାନୀୟ ଜଳ ଆବଶ୍ୟକ ଥିଲା ବେଳେ ୪.୫ ମିଲିୟନ ଲିଟର ପାଣି ଯୋଗାଣ ହେଉଛି । ଏହି ନୂଆ ପ୍ରକଳ୍ପ ସହରର ପାନୀୟ ଜଳ ଚାହିଦା ପୂରଣ କରିପାରିବ ।
ଏହି କାର୍ଯ୍ୟକ୍ରମରେ ବରଗଡ଼ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲା ବେଳେ ସଚିବାଳୟରେ ଉନ୍ନୟନ କମିଶନର ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.