PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପାକ୍‌ର ନୂଆ ହ୍ୱାଟସଆପ୍‌ ଗ୍ରୁପ ‘କେବିସି ଅନଲାଇନ’

ନୂଆଦିଲ୍ଲୀ,୧୩ ।୭(ଏଜେନ୍ସି): ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ସେନାର ଗୋପନ ତଥ୍ୟ ଲିକ୍‌ ହୋଇଥିବା ଘଟଣା ସାମ୍‌ନାକୁ ଆସିବା ପରେ ସେନା ପକ୍ଷରୁ ଏହା ସବୁ ଅଫିସର ଓ ଯବାନଙ୍କୁ ଏଥିରୁ ଦୂରେଇ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ଅନେକ ସେନା ଅଫିସର ଓ ଯବାନ ନିଜ ମଧ୍ୟରେ ସେୟାର କରାଯାଉଥିବା ହ୍ୱାଟସଆପ୍‌ ଗ୍ରୁପ୍‌ ଛାଡିଦେଇଛନ୍ତି । ହେଲେ ବର୍ତ୍ତମାନ ପାକିସ୍ତାନର କିଛି ବ୍ୟକ୍ତି ନକଲି ହ୍ୱାଟସଆପ୍‌ ଗ୍ରୁପ୍‌ ଖୋଲି ଭାରତୀୟ ସେନା ଅଧିକାରୀ ଓ ଯବାନଙ୍କ ସହ ଯୋଡିହେବାକୁ ପ୍ରୟାସ କରୁଛନ୍ତି । ଏହାରି ମାଧ୍ୟମରେ ସେମାନେ ସେନା ସହ ଜଡିତ ଗୋପନ ତଥ୍ୟ, ଫଟୋ ଓ ଭିଡିଓ ହାତେଇବାକୁ ଚେଷ୍ଟା କରୁଥିବା ଘଟଣା ସାମ୍‌ନାକୁ ଆସିଛି ।

ପାକିସ୍ତାନରୁ ଆସୁଥିବା ଏହି ହ୍ୱାଟସଆପ୍‌ ଗ୍ରୁପ୍‌ର ନାମ ରଖାଯାଇଛି କେବିସି (କୌନ ବନେଗା କରୋଡପତି) ଅନଲାଇନ । ଏହା ପଛରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ହାତ ରହିଥିବା ଆଶଙ୍କା କରାଯାଉଛି । ଏକଥା ଜଣାପଡିବା ପରେ ଏଥିରୁ ଦୂରେଇ ରହିବା ଲାଗି ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ) ଏହାର ସମସ୍ତ ଅଫିସର ଓ ଯବାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛି । ବିଏସ୍‌ଏଫ ପକ୍ଷରୁ ବିଭିନ୍ନ ୟୁନିଟ୍‌ ଓ କେନ୍ଦ୍ରମାନଙ୍କୁ ପଠାଯାଇଥିବା ଏକ ନୋଟିସ୍‌ରେ ଆଶଙ୍କା ପ୍ରକାଶ କରାଯାଇଛି ଯେ ପାକିସ୍ତାନରୁ ଆସୁଥିବା ଏହି ହ୍ୱାଟସଆପ୍‌ ଗ୍ରୁପ୍‌ ସେନା ଓ ସାମରିକ ପ୍ରତିଷ୍ଠାନର ଗୋପନ ତଥ୍ୟ ହାସଲ କରିବା ଲାଗି ଉଦ୍ଦିଷ୍ଟ । ଯେଉଁଥିରେ ପାକିସ୍ତାନର ଏକ ମୋବାଇଲ ଫୋନ୍‌ ନମ୍ବର ୍ମ୯୨୩୦୮୫୭୬୩୬୭୭ ବ୍ୟବହାର କରାଯାଇଛି । ଏହି କେବିସି ଅନ୍‌ଲାଇନ ଗ୍ରୁପ୍‌ ବିଏସ୍‌ଏଫ ଯବାନଙ୍କୁ ନିଜ ଗ୍ରୁପ୍‌ରେ ଯୋଡିବାକୁ ପ୍ରୟାସ କରୁଛି । ସେଥିପାଇଁ ଏହି ଗ୍ରୁପ୍‌ରେ ଆକର୍ଷକ ଲିଙ୍କ ମଧ୍ୟ ପଠାଯାଉଛି । ଯଦି କେହି ସେହି ଲିଙ୍କ୍‌କୁ କ୍ଲିକ୍‌ କରୁଛନ୍ତି ତେବେ ତାହା ପାକିସ୍ତାନରେ ଥିବା ଡିଭାଇସ୍‌ (ଉପକରଣ) ସହିତ ଯୋଡିହୋଇଯାଉଛି । ଯାହାଫଳରେ ସେହି ଗ୍ରୁପ୍‌ରେ ସେୟାର ହେଉଥିବା ସବୁ ମେସେଜ, ଫଟୋ, ଭିଡିଓ ଆଦି ପାକିସ୍ତାନକୁ ଚାଲିଯିବାର ସମ୍ଭାବନା ରହିଛି । ତେଣୁ ନିଜ ୟୁନିଟ୍‌ କିମ୍ବା କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ଅଫିସର ଓ ଯବାନଙ୍କୁ ଏହି ସନ୍ଦିଗ୍ଧ ହ୍ୱାଟସଆପ୍‌ ଗ୍ରୁପ୍‌ ସମ୍ପର୍କରେ ଜଣାଇବା ସହିତ ସେମାନଙ୍କୁ ଏଥିରୁ ଦୂରେଇ ରହିବା ଓ ସଚେତନ କରିବା ଲାଗି ବିଏସ୍‌ଏଫ ପଠାଇଥିବା ଉକ୍ତ ନୋଟିସରେ ଜଣାଇଛି ।

ଭାରତରେ ପ୍ରସାରଣ ହେଉଥିବା ଲୋକପ୍ରିୟ ରିୟଲିଟି ଟେଲିଭିଜନ ଶୋ’ କେବିସିର ନୂତନ ସଂସ୍କରଣ ଆସନ୍ତା ଅଗଷ୍ଟ ମାସରୁ ପ୍ରସାରଣ ହେବାକୁ ଯାଉଛି । ଏଭଳି ସମୟରେ ସେହି ନାମରେ ପାକିସ୍ତାନରୁ ଆସିଥିବା ଏହି କେବିସି ହ୍ୱାଟସଆପ୍‌ ଗ୍ରୁପ୍‌ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ସମ୍ଭାବନା ରହିଛି ।