ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୋଆ ଫାର୍ମାସୀର ନୂତନ ବର୍ଷ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଆରମ୍ଭ

Published By : Gurupada Nath | October 30, 2024 8:50 PM

ଭୁବନେଶ୍ୱର, ୩୦/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌)ର ୨୦୨୪ ବ୍ୟାଚର ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୁଧବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ସୁଦାମ ଚନ୍ଦ୍ର ସି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କୁ ଏହି ବୃତିଗତ ଶିକ୍ଷାକୁ କିପରି ଆପଣେଇ ସେଥିରେ ଉତ୍କର୍ଷ ଲାଭ କରିପାରିବେ ସେ ବିଷୟରେ ମତ ରଖିଥିଲେ । ସେମାନେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି ବୋଲି ସେ କହିଥିଲେ । ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ଶୃଙ୍ଖଳା, ସଚ୍ଚୋଟତା, ନୈତିକତା ଓ ସମୟାନୁବର୍ତିତା ଉପରେ ସବୁବେଳେ ଗୁରୁତ୍ୱ ଦେବା ଛାତ୍ରଛାତ୍ରୀମାନଙ୍କ କର୍ତ୍ତବ୍ୟ ବୋଲି ପ୍ରଫେସର ସି କହିଥିଲେ ।

ଏସ୍‌ପିଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡକ୍ଟର) ଦିବ୍ୟଜ୍ୟୋତି ଦାସ କହିଥିଲେ ଯେ, ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍ । କେବଳ ଶିକ୍ଷା ଗ୍ରହଣ କରିବା ଛାତ୍ରଛାତ୍ରୀମାନଙ୍କର ମୂଳ ଲକ୍ଷ୍ୟ ହେବା ଜରୁରୀ ନୁହେଁ ବରଂ ସେମାନେ ଏହି ବୃତିଗତ ଶିକ୍ଷା ବିଷୟରେ ଅବଗତ ହେବା ଜରୁରୀ । ଫାର୍ମାସି ଓ ବାୟୋଟେକ୍‌ନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ । କୌଣସି କାରଣ ବଶତଃ ଫାର୍ମାସିଷ୍ଟ ଭୁଲ୍ କଲେ ତାର ପ୍ରଭାବ ସମାଜ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ପଡିଥାଏ । 

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଏସ୍‌ପିଏସ୍‌ର ଫାର୍ମାସ୍ୟୁଟିକ୍ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସୁବ୍ରତ ମଲ୍ଲିକ ଯୋଗଦେଇ କହିଥିଲେ ଯେ, ଏହି ନୂତନ ବର୍ଷର ଫାର୍ମାସୀ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକ୍ଷେତ୍ରର ଆଗାମୀ ଭବିଷ୍ୟତ । ସେମାନେ ନିଜର ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳକୁ ପ୍ରୟୋଗ କରି ବହୁତ କିଛି ନୂତନ ଉଦ୍ଭାବନ କରିପାରିବେ । ସେମାନେ ଏହି ବୃତିଗତ ଶିକ୍ଷାକୁ ଚୟନ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।  ଏସ୍‌ପିଏସ୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର )ଦୁର୍ଗାମାଧବ କର କାର୍ଯ୍ୟକ୍ରମର ବିଶେଷ ବିବରଣୀ ପ୍ରଦାନ କରିଥିଲେ ।  ଏହି ବୃତିଗତ ଶିକ୍ଷା ଓ ପରୀକ୍ଷା ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର)ସୁଜାତା ମହାପାତ୍ର । 

ଏହି ଅବସରରେ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର ) ଲକ୍ଷ୍ମୀଧର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶକ୍ତି କେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.