PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବଜାରରେ ନୂଆ ମାରୁତି ସୁଜୁକି ବଲେନୋ

ନୂଆଦିଲ୍ଲୀ,୨୮ା୧(ଏଜେନ୍ସି):ପ୍ରମୁଖ ଅଟୋ ନିର୍ମାତା ମାରୁତି ସୁଜୁକି ସୋମବାର ଏହାର ଲୋକପ୍ରିୟ ହ୍ୟାଚ୍‌ବ୍ୟାକ୍‌ ମଡେଲ୍‌ ବଲେନୋର ନୂଆ ଭର୍ସନକୁ ବଜାରକୁ ଆଣିଛି । ନୂତନ ବୈଶିଷ୍ଟ୍ୟ ଏବଂ ରଙ୍ଗରେ ଆସୁଥିବା ଏହି ମଡେଲ ପୁରୁଣା ଭର୍ସନଠାରୁ ମହଙ୍ଗା ରହିଛି । ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ ଭର୍ସନରେ ଉପଲବ୍ଧ । ବଲେନୋ ଫେସ୍‌ଲିଫ୍ଟର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୫.୪୫ ଲକ୍ଷ ଟଙ୍କାରୁ ଆରମ୍ଭ । ପେଟ୍ରୋଲ ସିଗ୍‌ମାର ମୂଲ୍ୟ ପୁରୁଣା ମଡେଲ ତୁଳନାରେ ୭୦୦୦ ଟଙ୍କା ଅଧିକ । ଡିଜେଲ ଭର୍ସନ ୬.୬୦ ଲକ୍ଷ ଟଙ୍କାରୁ ଆରମ୍ଭ । ଏହା ପୁରୁଣା ମଡେଲ ତୁଳନାରେ ୯,୦୦୦ ଟଙ୍କା ଅଧିକ । ୨୦୧୯ ବଲେନୋ ଏକ ନୂଆ ବମ୍ପର ଏବଂ ୧୬ ଇଞ୍ଚ ଆଲୟ ହ୍ୱିଲ୍‌ରେ ଆସୁଛି । ଦୁଇଟି ନୂଆ କଲର ବିକଳ୍ପ ଯଥା ଫୋନିକ୍ସ ରେଡ୍‌ ଏବଂ ମାଗ୍‌ମା ଗ୍ରେରେ ଆସୁଛି । ଅତିରିକ୍ତ ନିରାପତ୍ତା ବୈଶିଷ୍ଟ୍ୟ ଯେପରି ସ୍ପିଡ୍‌ ଆଲର୍ଟ ସିଷ୍ଟମ୍‌, କୋ-ଡ୍ରାଇଭର ସିଟ୍‌ ବେଲ୍‌ଟ ରିମାଇଣ୍ଡର ଏବଂ ରିୟର୍‌ ପାର୍କିଂ ଆସିଷ୍ଟ ସେନ୍ସରରେ ଏହା ଆସୁଛି । ସବୁ ମଡେଲରେ ଡୁଆଲ୍‌ ଏୟାର୍‌ବ୍ୟାଗ୍‌, ଚାଇଲ୍‌ଡ ସିଟ୍‌ ରିଷ୍ଟ୍ରେନ୍‌ ସିଷ୍ଟମ୍‌, ପ୍ରି-ଟେନ୍‌ସନର୍‌ ଏବଂ ଫୋସ୍‌ ଲିମିଟର୍‌ ସିଟ୍‌ ବେଲ୍‌ଟ ଓ ଇବିଡି ସହ ଏବିଏସ୍‌ ରହିଥିବା କମ୍ପାନି ପକ୍ଷରୁ ପ୍ରକାଶ ।