ନୂଆଦିଲ୍ଲୀ: ହତ୍ୟା ମାମଲାରେ ହୋଇଥିଲା ଆଜିବନ କାରାଦଣ୍ଡ । ପାରୋଲରେ ଆସି ହୋଇଗଲେ ଫେରାର । ଆଉ ନିଜର ନାମ ପରିଚୟ ବଦଳାଇଦେଲେ । ସବୁବେଳେ କ୍ୟାମେରାରେ ବାହାରୁଥିଲେ ହେଲେ ପୁଲିସ ଧରି ପାରୁନଥିଲା । ଅଭିନୟ କରି ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଣ୍ଟୁଥିଲେ । ହେଲେ ପୁଲିସ ଜାଣି ପାରୁନଥିଲା । କେହି ମଧ୍ୟ ଏ ସମ୍ପର୍କରେ ପାଇନଥିଲେ ସୁରାଗ । ଏମିତିକି ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ଭଳି ଅଭିନେତାଙ୍କ ସହ ମଧ୍ୟ ସ୍କ୍ରିନ୍ ସେୟାର କରିଛନ୍ତି । ୧୨ ବର୍ଷ ପରେ ଧରା ପଡ଼ିଲେ । ତେବେ ସେ ହେଉଛନ୍ତି ହେମନ୍ତ ଗନୀନଦାସ ମୋଦୀ ।

୨୦୦୫ ମସିହାରେ ସେ ହତ୍ୟାକାଣ୍ଡ ଘଟାଇଥିଲେ । ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ଗୁଜୁରାଟର ମେହେସାଣ ଜେଲରେ ସଜ୍ଜା କାଟୁଥିଲେ । ମାତ୍ର ଏଠାରୁ ୩୦ ଦିନର ପାରୋଲରେ ଆସିଥିଲେ । ୩୦ ଦିନ ପରେ ଯାଇ ଜେଲରେ ଆତ୍ମସମର୍ପଣ କରିବା କଥା । କିନ୍ତୁ ସେ ଯାଇନଥିଲେ । ଏହାପରେ ନିଜର ନାମ ପରିଚୟ ବଦଳାଇ ଦେଇଥିଲେ । ଦୀର୍ଘ ବର୍ଷ ଧରି ଅଭିନୟ ଦୁନିଆରେ ରହିଥିଲେ । ସେ ଅନେକ ଓ୍ବେବ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି । ଏହି ୫୨ ବର୍ଷୀୟ ଅଭିନେତା ଏବେ ଧରାପଡ଼ିଯାଇଛନ୍ତି । କ୍ରାଇମବ୍ରାଞ୍ଚ ଚଢ଼ାଉ କରି ତାଙ୍କୁ ଗିରଫ କରାଯାଇଛି । ତେବେ ସେ ବାକି ଜୀବନ ଜେଲରେ କାଟିବେ ବୋଲି କୁହାଯାଇଛି ।

ହେମନ୍ତଙ୍କ ବିପକ୍ଷରେ ଅନେକ ଗୁଡ଼ିଏ ଧରା ଲାଗିଛି । ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ବହୁ ଦଫା ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଜଣେ ହତ୍ୟାକରୀ ହୋଇ ଦୀର୍ଘବର୍ଷ ଧରି ସମସ୍ତଙ୍କୁ ବୋକା ବନାଇ ଆସୁଥିଲେ ମାତ୍ର କେହି ଜାଣିପାରୁନଥିଲେ । ସବୁଠାରୁ ବଡ଼ ପ୍ରଶ୍ନବାଚୀ ପୁଲିସ ଉପରେ ଉଠିଛି । ପୁଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଲୁଚି ନଥିଲେ ବରଂ କ୍ୟାମେରା ଆଗରେ ଦିଶୁଥିଲେ ହେଲେ କେମିତି ତାଙ୍କୁ ଧରି ପାରୁନଥିଲେ ଏହାକୁ ନେଇ ସମାଲୋଚନା କରାଯାଉଛି ।

ଏହାସହ ପଢ଼ନ୍ତୁ : ବକ୍ସ ଅଫିସ୍‌ରେ ଧମାକା କରୁଛି ମୋହନଲାଲଙ୍କ 'ଦୃଶ୍ୟମ୍ ୩', ପ୍ରଥମ ଦିନରେ କମାଇଲା ଏତେ କୋଟି