PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ବର୍ଷା ପାଇଁ ଅଧାରୁ ବାତିଲ ହେଲା ତୃତୀୟ ଦିନିକିଆ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଭାଲ ୩୦/ ୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜରେ ବର୍ଷା ସାଜିଲା । ବୁଧବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ପ୍ରବଳ ବର୍ଷା କାରଣରୁ ଅଧାରୁ ବାତିଲ ହୋଇଛି ମ୍ୟାଚ୍‌ । ଫଳରେ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜକୁ ୧-୦ରେ ଜିତି ନେଇଛି ଘରୋଇ ଦଳ । ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ବର୍ଷା ପାଇଁ ଅଧାରୁ ବନ୍ଦ ହୋଇଥିଲା । ତେବେ ତୃତୀୟ ମ୍ୟାଚରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

Image

ତୃତୀୟ ତଥା ଅନ୍ତିମ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ୪୭.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୨୧୯ ରନ । ଦଳ ପକ୍ଷରୁ ଶ୍ରେୟସ ଆୟର ୪୯ରନର ଉପଯୋଗୀ ଇନିଂସ ଓ ଓ୍ବାଶିଂଟନ ସୁନ୍ଦରଙ୍କ ୫୧ ରନର ଅର୍ଦ୍ଧଶତକୀୟ ପାଳି ଯୋଗୁ ଦଳ ସମ୍ମାନ ଜନକ ସ୍ଥିତିରେ ପହଞ୍ଚିଥିଲା । ୨୨୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ୧୮ ଓଭରରେ ୧ ଓ୍ବିକେଟ ହରାଇ ୧୦୪ରନ କରିଥିବା ବେଳେ ବର୍ଷା ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଶେଷରେ ମ୍ୟାଚ୍‌ ବାତିଲ କରାଯାଇଛି ଏବଂ ନ୍ୟୁଜିଲାଣ୍ଡ ୧-୦ରେ ସିରିଜ କବ୍‌ଜା କରିଛି ।

Image

ସମ୍ବନ୍ଧିତ ଖବର