PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

୩ୟ ଦିନିକିଆ: ରୋହିତ ଓ ଗିଲ୍‌ଙ୍କ ଶତକ ପରେ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ବିଶାଳ ଟାର୍ଗେଟ୍

ଇନ୍ଦୋର ୨୪/ ୦୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଇନ୍ଦୋରରେ ଜାରି ରହିଥିବା ତୃତୀୟ ଦିନିକିଆରେ ବିଶାଳ ସ୍କୋର କରିଛି ଟିମ୍‌ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍‌ଙ୍କ ଦର୍ଶନୀୟ ଶତକ ପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍‌ ହରାଇ ୩୮୫ ରନ କରି ଭାରତ । ସିରିଜରେ ସମ୍ମାନ ବଞ୍ଚାଇବାକୁ ହେଲେ ନ୍ୟୁଜିଲାଣ୍ଡକୁ ବିଶାଳ ୩୮୬ ରନ କରିବାକୁ ହେବ । କାରଣ ପୂର୍ବରୁ ଭାରତ ଦୁଇଟି ଦିନିକିଆ ଜିତି ଆଗୁଆ ସିରିଜ୍‌ କବ୍‌ଜା କରିନେଇଛି ।

ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍‌ ଦମଦାର ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ପାର୍ଟନରସିପ୍‌ରେ ୨୧୨ ରନ ସଂଗ୍ରହ କରିଥିଲେ । ରୋହିତ ବ୍ୟକ୍ତିଗତ ଭାବେ ୮୫ ବଲ ଖେଳି ୯ଟି ଚୌକା ଏବଂ ୬ଟି ଛକା ସହାୟତାରେ ୧୧୨ ରନ କରି ଆଉଟ ହୋଇଥିବା ବେଳେ ଶୁଭମାନ ଗିଲ ୭୮ ବଲ ଖେଳି ୧୩ଟି ଚୌକା ଏବଂ ୫ଟି ଛକା ସହାୟତାରେ ୧୧୨ ରନ କରି ଆଉଟ ହୋଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୨୭ ବଲରୁ ୩୬ରନ କରି ଆଉଟ ହୋଇଥିବା ବେଳେ ଇଶାନ କିଷନ ୧୭ରନ, ସୂର୍ଯ୍ୟକୁମାର ଯାଦବ ୧୪ରନ, ଓ୍ବାଶିିଂଟନ ସୁନ୍ଦର ୯ରନ କରି ଆଉଟ ହୋଇଛନ୍ତି । ରନ୍‌ ଗତି ଥମିଯାଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଳ ଠାକୁର ବିସ୍ଫୋରକ ଅନ୍ଦାଜରେ ଖେଳିଥିଲେ । ସେ ବ୍ୟକ୍ତିଗତ ଭାବେ ୩୮ ବଲରୁ ୩ଟି ଚୌକା ଏବଂ ୩ଟି ଛକା ସହାୟତାରେ ୫୪ ରନ, ଶାର୍ଦ୍ଦୁଳ ୧୭ ବଲରୁ ୨୫ ରନ କରି ଆଉଟ ହୋିଛନ୍ତି । କୁଲଦୀପ ଯାଦବ ୩ରନ କରି ରନ୍‌ ଆଉଟ ହୋଇଛନ୍ତି ଏବଂ ଉମ୍ରାନ ମଲିକ ୨ ରନ କରି ଅପରାଜିତ ଅଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଜାକୋବ ଡଫି ୧୦ ଓଭରରେ ୧୦୦ରନ୍‌ ଦେଇ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବେଳେ ୩ଟି ସଫଳତା ମଧ୍ୟ ପାଇଛନ୍ତି । ସେହିଭଳି ବ୍ଲେୟର ଟିକନର୍‌ ୧୦ ଓଭରରେ ୭୬ରନ ଦେଇ ୩ଟି, ମିଚେଲ ବ୍ରେସଓ୍ବେଲ ୬ ଓଭରରେ ୫୧ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି । ଲୋକି ଫର୍ଗ୍ୟୁସନ୍‌ ୧୦ ଓଭରରେ ୫୩ ରନ, ମିଚେଲ ସାଣ୍ଟନର ୧୦ ଓଭରରେ ୫୮ରନ ଏବଂ ଡାରିଲ ମିଚେଲ ୪ ଓଭରରେ ୪୧ରନ ଦେଇଛନ୍ତି ।

ସମ୍ବନ୍ଧିତ ଖବର