ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଜୁନ୍‌ ମାସରୁ ରାସନ୍‌ରେ ଆଉ ମିଳିବନି ଗହମ, ୧୦ ମାସ ଯାଏ ରହିବ ବନ୍ଦ : ହୁ ହୁ ବଢ଼ିବ ଅଟା, ସୁଜି ଦର !

କଟକ,୨୨/୦୬: ଆସନ୍ତା ଜୁନ ମାସରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିଙ୍କୁ ଆଉ ମିଳିବନି ଗହମ । ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ ଏବେଠାରୁ ୧୦ ମାସ ଯାଏ ଗହମ ମିଳିବନି । ଖାଉଟିଙ୍କୁ ଗହମ ବଦଳରେ ଚାଉଳ ମିଳିବ । ଅନ୍ୟପକ୍ଷରେ ଏହାର ପ୍ରଭାବରେ ଓଡ଼ିଶାରେ ଅଟା ଆଉ ସୁଜିର ମୂଲ୍ୟବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ)ରେ ଜଣେ ଖାଉଟି ଚାଉଳ କି’ ଗହମ ନେବେ ତାହା ସେ ପସନ୍ଦ କରୁଥିଲେ। ଖାଉଟିଙ୍କୁ ମୁଣ୍ଡ ପିଛା ମାସକ ପାଇଁ ୫ କେଜି ଗହମ ମିଳିଥାଏ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗହମ ଯୋଗାଣ ହେଉଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଓଡ଼ିଶାକୁ ଆସନ୍ତା ଜୁନ୍‌ରୁ ଆଉ ଗହମ ଯୋଗାଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଓଡ଼ିଶାକୁ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୪ ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ । କେବଳ କଟକ ଜିଲ୍ଲାକୁ ୨୯ ହଜାର କୁଇଣ୍ଟାଲ ଗହମ ଯୋଗାଣ ହୋଇଥାଏ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଗହମ ଯୋଗାଣ ବନ୍ଦ ହୋଇଗଲେ ସେତିକି ପରିମାଣର ଗହମ ବା ଅଟା ଖୋଲା ବଜାରରୁ ଉଠିବ । ଫଳରେ ଏହାର ପ୍ରଭାବରେବଜାରରେ ଅଟା ଏବଂ ସୁଜିର ଦର ହୁହୁ ହୋଇ ବଢିବାର ଆଶଙ୍କା ଦେଖାଦେଇଛି ।

ଏ ସମ୍ପର୍କରେ କଟକ ବଣିକ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର କହିଛନ୍ତି, ଏହାର ପ୍ରଭାବ ନିଶ୍ଚିତ ଭାବରେ ଓଡ଼ିଶା ଖାଉଟି ବଜାର ଉପରେ ପଡ଼ିବ । ଏବେ ପୂର୍ବାପେକ୍ଷା ଓଡ଼ିଶାରେ ଗହମ ତଥା ଅଟାର ଚାହିଦା ବଢିଛି । କିନ୍ତୁ ଯେତିକି ଅଟା ଲୋକେ ଖାଉଥିଲେ ସେଥିରୁ କିଛି ଅଟା ସରକାରୀ ଯୋଗାଣ ଦ୍ୱାରା ପୂରଣ ହେଉଥିଲା । କିନ୍ତୁ ଏବେ ସେହି ସ୍ଥାନ ଖୋଲା ବଜାର ନେବ । ଯଦିଓ କିଛି ଲୋକ ଗହମ ନ ମିଳିବା କାରଣରୁ ଭାତ ଖାଇବାକୁ ପସନ୍ଦ କରିବେ କିନ୍ତୁ ସେମାନଙ୍କ ସଂଖ୍ୟା ନିଶ୍ଚୟ କମ୍‌ ରହିବ । ଫଳରେ ବଜାରରେ ଗହମରୁ ପ୍ରସ୍ତୁତ ଅଟା ଏବଂ ସୁଜିର ମୂଲ୍ୟରେ ନିଶ୍ଚିତ କିଛି ପରିମାଣର ବୃଦ୍ଧି ଘଟିବ ।

ଏ ସମ୍ପର୍କରେ କଟକ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି, କେନ୍ଦ୍ର ଗହମ ଯୋଗାଣ ବନ୍ଦ କରିଦେବା ଫଳରେ ଏହାର ପ୍ରଭାବ ନିଶ୍ଚିତ ଭାବରେ ବଜାର ଉପରେ ପଡ଼ିବ । କିନ୍ତୁ ଏହା ଉପରେ ପ୍ରଶାସନର ନଜର ରହିବ । ବଜାରରେ ଯେପରି ମନମୁଖି ଭାବେ ବ୍ୟବସାୟୀ ମୂଲ୍ୟ ଧାର୍ଯ୍ୟ ନ କରନ୍ତି ବା ଖାଉଟିଙ୍କୁ ଶୋଷଣ ନ କରନ୍ତି ସେଥିପ୍ରତି ବିଶେଷ ପଦକ୍ଷେପ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.