• ଲାଲ୍ କିଲ୍ଲା ବୋମା ବିସ୍ଫୋରଣ ମାମଲା
  • ୯ମ ଅଭିଯୁକ୍ତ ୟାସିର ଅହମ୍ମଦ ଡାର ଦିଲ୍ଲୀରୁ ଗିରଫ
  • ଆତ୍ମଘାତୀ ଉମର-ଉନ-ନବୀର ନିକଟତମ ସହଯୋଗୀ

ନୂଆଦିଲ୍ଲୀ - ଦିଲ୍ଲୀର ଏକ କୋର୍ଟ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ, ଗିରଫ ଅଭିଯୁକ୍ତ ୟାସିର ଅହମ୍ମଦ ଡାରକୁ ୨୬ଡିସେମ୍ୱର ଯାଏ ଏନଆଇଏର ହେପାଜତକୁ ପଠାଇ ଦେଇଛନ୍ତି। ଏହି ମାମଲାରେ ଗିରଫ କରାଯାଇ ଥିବା ସେ ୯ମ ଅଭିଯୁକ୍ତ। ଡାରଙ୍କୁ ଆତ୍ମଘାତୀ ଉମର-ଉନ-ନବୀରର ନିକଟତର ସହଯୋଗୀ ଥିବା କୁହାଯାଇଛି। ତାକୁ ଦିଲ୍ଲୀରୁ ଗିରଫ କରାଯାଇଛି।

ଏହାସହ ମଧ୍ୟ ପଢନ୍ତୁ : ୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ନିଜ ଦେଶରୁ ବାହାର କଲା ସାଉଦୀ ଆରବ

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟର ପ୍ରଧାନ ଜିଲ୍ଲା ଏବଂ ସେସନ ଜଜ୍ ଅଞ୍ଜୁ ବଜାଜ ଚାନ୍ଦନାର କୋର୍ଟ ଏନଆଇର ଦଲିଲ ଶୁଣିବା ପରେ ୟାସିର ଅହମ୍ମଦ ଡାରକୁ ଏନଆଇଏ ହେପାଜତକୁ ପଠାଇବାକୁ ଆଦେଶ ଦେଇଛନ୍ତି। ସୁରକ୍ଷା କାରଣରୁ କୋର୍ଟଙ୍କ କାର୍ଯ୍ୟବାହୀ ବନ୍ଦ କୋଠରୀରେ ହୋଇଛି। ଏହା ପୂର୍ବରୁ ୧୫ ଡିସେମ୍ୱରରେ କୋର୍ଟ ଉକ୍ତ ମାମଲାରେ ଅଭିଯୁକ୍ତ ଡା. ନସିର ବିଲାଲ ମଲ୍ଲା ଓ ସୋଏବଙ୍କ ଏନଆଇଏ ହେପାଜତ ଚାରି ଦିନ ପାଇଁ ବଢାଇ ଦେଇ ଥିଲେ। ଦୁହିଁଙ୍କର ହେପାଜତର ଅବଧି ସମାପ୍ତ ହେବାରେ କୋର୍ଟରେ ହାଜର କରାଯାଇ ଥିଲା। ଶୁଣାଣି ବେଳେ କୋର୍ଟ ଏନଆଇଏକୁ ଡା.ମଲ୍ଲାର ସିଗନେଚରର ନମୂନା ନେବାର ଅନୁମତି ଦେଇଥିଲେ, ଏହାପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କର ସାମ୍ପଲ ନିଆଗଲା।

ଏନଆଇଏ ଲାଲକିଲ୍ଲା ଅଞ୍ଚଳର ବିସ୍ଫୋରଣ ମାମଲାରେ ଜମ୍ମୁ କାଶ୍ମୀରର ୟାସିର ଅହମ୍ମଦ ଡାରକୁ ଗିରଫ କରିଥିଲା , ଯିଏକି ଆତ୍ମଘାତୀ ଉମର-ଉନ-ନବୀର ନିକଟତମ ସହଯୋଗୀ। ଏହା ଏହି ମାମଲାରେ ୯ମ ଗିରଫଦାରୀ। ଅଧିକାରୀମାନେ କହିଛନ୍ତି ଯେ, ଡାର ୧୦ ନଭେମ୍ୱରରେ ହୋଇଥିବା ଏକ ବିସ୍ଫୋରଣର ଷଡ଼ଯନ୍ତ୍ରରେ କଥିତ ଭାବେ ସକ୍ରିୟ ଭୂମିକା ତୁଳାଇ ଥିଲା, ଯେଉଁଥିରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।

ଏନଆଇଏର କହିବାନୁସାରେ , ଷଡ଼ଯନ୍ତ୍ରରେ ସକ୍ରିୟ ରୂପେ ସାମିଲ ଡାର ଆତ୍ମଘାତୀ ଅଭିଯାନକୁ ସଫଳ କରିବାରେ ଶପଥ ନେଇ ଥିଲା। ଏନଆଇଏର ଜଣେ ମୁଖପାତ୍ର ଏକ ବୟାନରେ କହିଛନ୍ତି ଯେ , ଏହି ମାମଲାରେ ଗିରଫ କରାଯାଇ ଥିବା ୯ମ ବ୍ୟକ୍ତି ୟାସିର ଅହମ୍ମଦ ଡାର ଶ୍ରୀନଗର (ଜମ୍ମୁ କାଶ୍ମୀର)ର ଶୋପିୟାନର ବାସିନ୍ଦା। ଏନଆଇଏ ତାକୁ ନୂଆଦିଲ୍ଲୀରୁ ଗିରଫ କରିଛି।