ଟେରର ଫଣ୍ଡିଂ ମାମଲା : ୟାସିନ୍ ମଲିକ୍ଙ୍କୁ ମୃତ୍ୟୁଦଣ୍ଡ ନେଇ ଏନଆଇଏ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ – ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାରେ ଜେକେଏଲଏଫ୍ ଚିଫ୍ ୟାସିନ ମଲିକଙ୍କର ବଢିପାରେ ଅଡ଼ୁଆ। ଟେରର ଫଣ୍ଡିଂ ମାମଲାରେ ୟାସିନ ମଲିକଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏନଆଇଏ। କହି ରଖୁଛୁ କି, ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାରେ ୟାସିନ ମଲିକ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି । ଟ୍ରାୟଲ କୋର୍ଟ ଗତ ବର୍ଷ ୟାସିନ ମଲିକଙ୍କୁ ଆଜୀବନ ସଜା ଶୁଣାଇ ଥିଲେ। ଏନଆଇଏ ପକ୍ଷରୁ ଏହି ମାମଲାରେ ୟାସିନ ମଲିକଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରାଯିବାରେ କେସ୍ରେ ନୂଆ ମୋଡ ଆସିଛି।
ୟାସିନ ମଲିକଙ୍କ ନାଁରେ ଦୁଇଟି ହାଇ ପ୍ରୋଫାଇଲ ମାମଲା ଜମ୍ମୁରେ ଚାଲିଛି। ୟାସିନଙ୍କୁ ଜମ୍ମୁ-କାଶ୍ମୀରରେ ୧୯୯୦ ମସିହା ବେଳେ ଅଶାନ୍ତ ପାଇଁ ଦାୟୀ ମୁଖ ଚେହେରାଙ୍କ ମଧ୍ୟରେ ଜଣେ ଭାବେ ଜଣା। ୟାସିନ ସେହି ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ପ୍ରମୁଖ ଚେହେରା ରହିଛନ୍ତି ଯାହାଙ୍କ କଥାରେ ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ହିଂସାକାଣ୍ଡ ହୋଇଥିଲା , ଯେଉଁଥି ପାଇଁ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତଙ୍କର ପଳାୟନ ହୋଇଥିଲା। ୟାସିନଙ୍କ ଉପରେ ୮ ଡିସେମ୍ୱର ୧୯୮୯ରେ ରୁବୈୟା ସଇଦଙ୍କ ଅପହରଣ ମାମଲା ଚାଲୁ ରହିଛି। ଖାଲି ଏତିକି ନୁହେଁ ୟାସିନ ୨୫ ଜାନୁୟାରୀ ୧୯୯୦ରେ ୪ ବାୟୁସେନାର ଅଧିକାରୀଙ୍କର ହତ୍ୟା ମାମଲାର ଅଭିଯୁକ୍ତ ମଧ୍ୟ ଅଛନ୍ତି।

ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁସାରେ , ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଶୁକ୍ରବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ମୃତ୍ୟୁ ଦଣ୍ଡର ସଜା ଦେବାକୁ ଦାବି କରିଛନ୍ତି ।
ସିଭିଲ ସେବା ପରୀକ୍ଷାରେ ପାସ୍ ହୋଇଥିବା ମିଛ ଅଭିଯୋଗ , ପ୍ରାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ୟୁପିଏସସି
ଏଜେନ୍ସି ( ଏନଆଇଏ) ପକ୍ଷରୁ ପିଟିସନକୁ ବିଚାରପତି ସିଦ୍ଧାର୍ଥ ମୁଦୁଳ ଓ ତଲୱନ୍ତ ସିଂହଙ୍କର ପୀଠ ସମ୍ମୁଖରେ ୨୯ ମଇରେ ଶୁଣାଣି ପାଇଁ ସୂଚୀବଦ୍ଧ କରାଯାଇଛି। ଗତ ବର୍ଷ ୨୪ ମଇରେ ଦିଲ୍ଲୀର ଏକ ନିମ୍ନ କୋର୍ଟ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ)ର ମୁଖ୍ୟଙ୍କୁ ବେଆଇନ୍ କାର୍ଯ୍ୟକଳାପ ଓ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରାଇ ଆଜୀବନ କାରାଦଣ୍ଡର ସଜା ଶୁଣାଇ ଥିଲେ ।

ଟ୍ରାୟଲ କୋର୍ଟ କହିଥିଲେ ୟାସିନ ମଲିକର ଅପରାଧ ଭାରତର ହୃଦୟରେ ଆଘାତ ଦେବା । ୟାସିନର ଉଦ୍ଦେଶ୍ୟ ଭାରତ ସଂଘରୁ ଜମ୍ମୁ-କାଶ୍ମୀରକୁ ବଳପୂର୍ବକ ଅଲଗା କରିବାକୁ ଥିଲା । ୟାସିନର ଅପରାଧ ଅଧିକ ଗମ୍ଭୀର ସେତେବେଳେ ହୋଇଯାଏ , ଯେବେ ସେ ବିଦେଶ ଶକ୍ତିଙ୍କ ଇଙ୍ଗିତରେ ନାମିତ ଆତଙ୍କବାଦୀଙ୍କୁ ସାହାଯ୍ୟ କରେ। କୋର୍ଟଙ୍କ ପକ୍ଷରୁ ନୋଟ୍ କରାଯାଇଥିଲା କି ମାମଲା ଦୁର୍ଲଭ ନଥିଲା , ଏଥିପାଇଁ କୋର୍ଟ ସଜା –ଏ-ମତ୍ ପାଇଁ ଏନଆଇଏର ଦାବିକୁ ଖାରଜ କରି ଦେଇଥିଲେ।