PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୭ଟି ଚାଳିଆ

ନିଆଳି, ୨୦/୧୧ : ସାପ୍ତାହିକ ହାଟ ଚାଳିଆରେ ଅଗ୍ନିକାଣ୍ଡ। କଟକ ଜିଲ୍ଲା ନିଆଳି ପଞ୍ଚାୟତ ଅଧିନସ୍ଥ ସାପ୍ତାହିକ ହାଟରେ ଶନିବାର ବିଳମ୍ଵିତ ରାତିରେ ନିଆଁ ଲାଗିଯାଇଥିଲା। ଖବର ପାଇ ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନାନୁଯାୟୀ, ଶନିବାର ବିଳମ୍ୱିତ ରାତିରେ କୌଣସି କାରଣରୁ ସପ୍ତାହିକ ହାଟରେ ଥିବା ଚାଳିଆରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୪୭ଟି ଚାଳିଆ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗର କର୍ମଚାରୀ ଦୀର୍ଘ ୩ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ସୂଚନା ଥାଉ କି ଗତ ୩ ବର୍ଷ ତଳେ ଏହିଭଳି ଭାବରେ ହାଟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।