ନୂଆଦିଲ୍ଲୀ,୦୪/୦୧; ଭେନେଜୁଏଲା ଉପରେ ଆମେରିକା ଏୟାରଷ୍ଟ୍ରାଇକ୍ କରିବା ପରେ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଉଠାଇ ନେଇଛି । ଏନେଇ ଆମେରିକା ସେନାକୁ ଚ୍ୟାଲେଞ୍ଜ କରିଥିଲେ ନିଦେ ମାରୁଦୋ । ହ୍ୱାଇଟ୍ ହାଉସ୍ ନିକୋଲାସ୍ ମାଦୁରୋଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛି । ମାଦୁରୋ ଆମେରିକାକୁ 'କାପୁରୁଷ' ବୋଲି କହିଥିଲେ ଏବଂ ତାଙ୍କ ବାସସ୍ଥାନର ସୂଚନା ଦେଇଥିଲେ । ଏହା ପରେ ଆମେରିକା ତାଙ୍କୁ ଧରିବା ପାଇଁ ସେନା ପଠାଇ ଉଠାଇ ନେଇଥିଲା । ସେ ଆମେରିକାକୁ କହିଥିଲେ ଆସ ମେତେ ଧର, ଡେରି କରନାହିଁ କାପୁରୁଷ ।
ଏକ ଭିଡ଼ିଓରେ ମାଦୁରୋ ଏହା କହୁଥିବାର ଭିଡିଓ ସେୟାର କରିଛି ହ୍ୱାଉଟ୍ ହାଉସ୍ । ମାଦୁରୋ କହୁଛନ୍ତି, ଆସ ମୋତେ ଦର, ମୁଁ ତୁମ ପାଇଁ ମିରାଫ୍ଲୋରେସରେ ଅପେକ୍ଷା କରିଛି । ଡେରି କରନାହଁ, କାପୁରୁଷ । ତା' ପରେ ଆମେରିକା ବୈଦେଶିକ ମନ୍ତ୍ରୀ କହୁଛନ୍ତି, ତୁମେ ପୂର୍ବରୁ ଜାଣି ନଥିଲ, ତେବେ ଏବେ ଜାଣିଲ । ଏହା ପରେ ମାଦୁରୋଙ୍କୁ ଗିରଫ କରାଯାଇଥିବାର ଫଟୋ ପ୍ରକାଶ ପାଇଛି । ଏହା ପରେ ଡୋନାଲ୍ଡ ଟ୍ରମ୍ପ ହସୁଥିବା ଦେଖିବାକୁ ମିଳିଛି । ଏୟାରଷ୍ଟ୍ରାଇକ୍ ମଧ୍ୟରେ ଆମେରିକାର ଡେଲ୍ଟା ଫୋର୍ସ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ପତ୍ନୀ ସିଲିୟା ଫ୍ଲୋରେସ୍ଙ୍କୁ ରାଜଧାନୀ କାରାକାସ୍ରୁ ଉଠାଇ ନେଇଛି । ବେଡ୍ରୁମ୍ରେ ପଶି ସେମାନଙ୍କୁ ଘୋଷାଡ଼ି ନିଆଯାଇଛି । ଏହାପରେ ସେମାନଙ୍କୁ ଜାହାଜ ଯୋଗେ ନ୍ୟୁୟର୍କ ସ୍ଥାନାନ୍ତର କରାଯାଇଛି । ସଂଘୀୟ କୋର୍ଟରେ ମାଦୁରୋଙ୍କ ଡ୍ରଗ୍ସ କାରବାର ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପର ହିସାବ ହେବା ନେଇ ଆମେରିକା କହିଛି ।
If you don’t know, now you know 🦅 pic.twitter.com/XrIps1OzY4
— The White House (@WhiteHouse) January 3, 2026
ହ୍ୟାପି ନ୍ୟୁ ଇୟର, ଗୁଡ୍ ନାଇଟ୍- ଏବେ ଆମେରିକା କବାଜରେ ଅଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ । ବ୍ରୁକଲିନରେ ଥିବା ଆମେରିକାର ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ୍ (ଡିଇଏ) କାର୍ଯ୍ୟାଳୟ ଭିତରୁ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି ୬୩ ବର୍ଷୀୟ ମାଦୁରୋଙ୍କୁ ହାତକଡ଼ି ପିନ୍ଧା ଯାଇଛି । କଳା ସ୍ୱେଟସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ 'ହାପି ନ୍ୟୁ ଇୟର', 'ଶୁଭରାତ୍ରି' କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।