PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନିକ୍କି ହତ୍ୟା ମାମଲାରେ ବଡ଼ ଖୁଲାସା, ୨୫ ବର୍ଷ ପୂର୍ବରୁ ଜେଲ୍‌ ଯାଇସାରିଛି ଅଭିଯୁକ୍ତ ସାହିଲର ବାପା

Nikki Yadav

ନୂଆଦିଲ୍ଲୀ,୨୦।୨: ନିକ୍କି ହତ୍ୟା ମାମଲାରେ ଅଭିଯୁକ୍ତ ସାହିଲର ବାପା ବୀରେନ୍ଦ୍ର ଗେହଲଟକୁ ମଧ୍ୟ ପୋଲିସ ଗିରଫ କରିଛି। ବୀରେନ୍ଦ୍ର ୨୫ ବର୍ଷ ପୂର୍ବରୁ ହତ୍ୟା ମାମଲାରେ ଜେଲ୍‌ ଯାଇ ସାରିଛି। ୧୯୯୭ରେ ବୀରେନ୍ଦ୍ର ଉପରେ ଜଣେ ବ୍ୟକ୍ତିକୁ ହତ୍ୟା କରିବାର ଅଭିଯୋଗ ରହିଛି। ଏହାପରେ ବୀରେନ୍ଦ୍ରକୁ ଗିରଫ କରାଯାଇଥିଲା। ବୀରେନ୍ଦ୍ର ପୋଲିସକୁ ପଚରା ଉଚରରେ କହିଛି ଯେ, ୧୯୯୭ ରେ ଗାଁରେ ବ୍ୟକ୍ତିଗତ ବିବାଦ ଯୋଗୁଁ ଲାଠି ଓ ବାଡିରେ ପିଟିକି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ବୀରେନ୍ଦ୍ର ଜେଲ୍‌ ଯାଇଥିଲା। ନିମ୍ନ ଅଦାଲତ ଏହି ମାମଲାରେ ବୀରେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରିଥିଲା, କିନ୍ତୁ ଏହି ନିଷ୍ପତ୍ତି ବିରୋଧରେ ବୀରେନ୍ଦ୍ର ହାଇକୋର୍ଟରେ ଆବେଦନ କରିଥିଲା। ହାଇକୋର୍ଟ ବୀରେନ୍ଦ୍ରକୁ  ମୁକ୍ତ କରିଥିଲେ।

ଉଲ୍ଲେଖନୀୟ ଯେ, ନିକଟରେ ପୋଲିସ ଦିଲ୍ଲୀ ପାଖରେ ଥିବା ମିତ୍ରାଭା ଗାଁର ଏକ ଢାବାର ଫ୍ରିଜରୁ ନିକ୍କି ଯାଦବଙ୍କ ଶବକୁ ଉଦ୍ଧାର କରିଥିଲା। ଏହି ମାମଲାରେ ନିକ୍କିଙ୍କ ସ୍ବାମୀ ସାହିଲଙ୍କୁ ଗିରଫ କରାଯାଇଛି। ନିକ୍କି ଓ ସାହିଲ ପରସ୍ପରକୁ ୨୦୧୮ରୁ ଜାଣନ୍ତି। ଦୁହେଁ ଘର ଲୋକଙ୍କୁ ଲୁଚାଇ ୨୦୨୦ ରେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ସାହିଲଙ୍କ ଘର ଲୋକ ତାଙ୍କୁ ନିକ୍କିଙ୍କୁ ଛାଡି ଅନ୍ୟ ଏକ ଝିଅକୁ ଆରେଞ୍ଜ ମ୍ୟାରେଜ୍ କରିବାକୁ ଚାପ ପକାଉଥିଲେ। ଏଭଳି ସ୍ଥିତିରେ ସାହିଲ ପ୍ରସ୍ତୁତ ହୋଇଥିଲା। ସେ ୯ ଫେବୃଆରୀରେ ଅନ୍ୟ ଏକ ଝିଅ ସହିତ ଏନଗେଜମେଣ୍ଟ କରିଥିଲା। ଯେତେବେଳେ ଏହି କଥା ନିକ୍କିକୁ ଜଣାପଡିଥିଲା, ସେ ଏହି କଥାକୁ ନେଇ ସାହିଲ ସହିତ ଝଗଡା କରିଥିଲେ।

ଏହାପ​‌ରେ ସାହିଲ ଆରମ୍ଭ କରିଥିଲା ହତ୍ୟା ଯୋଜନା। ସାହିଲ କାରରେ ନିକ୍କିକୁ ନେଇ ତାଙ୍କୁ ହତ୍ୟା କରିଥିଲା। ଏହାପ​‌ରେ ଶବକୁ ଢାବା ଥିବା ଫ୍ରିଜ୍‌ରେ ଲୁଚାଇ ଦେଇଥିଲା। ଆରମ୍ଭରେ ସାହିଲ ପଚରା ଉଚରାରେ କହିଥିଲା, ସେ ଏକା ଏସବୁ କାମ କରିଛି। କିନ୍ତୁ ଏବେ ଏହି ମାମଲାରେ ପୋଲିସ ସାହିଲଙ୍କ ବାପା ବୀରେନ୍ଦ୍ର, ଦୁଇ ସମ୍ପର୍କୀୟ ଭାଇ ଆଶିଷ ଓ ନବୀନ ବ୍ୟତୀତ ଦୁଇ ସାଙ୍ଗ ଅମର, ଲୋକେଶକୁ ମଧ୍ୟ ଗିରଫ କରିଛି। ନବୀନ ହେଉଛି ସାହିଲର ମାଉସୀ ପୁଅ,ଯିଏକି ଦିଲ୍ଲୀ ପୋଲିସରେ କନଷ୍ଟେବଳ ଅଛି।  ହତ୍ୟା ପୂର୍ବରୁ ଏହି ସମସ୍ତଙ୍କ ମିଟିଂ ହୋଇଥିଲା। ପୋଲିସ କହିଛି, ଏ ସମସ୍ତେ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ।

ସମ୍ବନ୍ଧିତ ଖବର