PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନୀଳଗିରିରେ ବିଜୟା ବନ୍ଧୁମିଳନ ଉତ୍ସବ ମହାସମାରୋହରେ ପାଳିତ

ନୀଳଗିରି,୧୮/୧୧(ଆ.ପ୍ର) : ନୀଳଗିରିରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବିଜୟା ବଂଧୁମିଳନ ଉତ୍ସବ ମହାସମାରୋହରେ ପାଳନ ହୋଇଅଛି । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆୟୋଜିତ ଏହି ଉତ୍ସବ ଦିନ ୧୦ ଟା ଠାରୁ  ରାତି ୧୦ ଟା ପର୍ଯ୍ୟନ୍ତ ଡାକବଙ୍ଗଳା ପରିସରରେ ପାଳନ କରାଯାଇଛି । ସକାଳେ ଯୋଗାଭ୍ୟାସ ପରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଥିଲା । ଆଦିବାସୀ ନୃତ୍ୟ, ଭାରତ ନାଟ୍ୟମ, ଓଡିଶୀ ନାଚ, ସଂସ୍କତ ନାଚ, ସମ୍ବଲପୁରୀ ନାଚ, ମାଲଖମ ନାଚ, ଗୋଟିପୁଅ ନାଚ, କରକଟମ, ଭଜନ ସନ୍ଧ୍ୟା, ଶସ୍ତ୍ରପୂଜନ, ଦୁର୍ଗାମାତା ଓ ଭାରତମାତା ପୂଜନ, ବାଳିକା ମାନଙ୍କ ଦ୍ୱାରା ସଶସ୍ତ୍ର ପ୍ରଦକ୍ଷିଣ, କୁମାରୀ ପୂଜନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ଧର୍ମ ସଭାରେ ପ୍ରତାପ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସ୍ୱତନ୍ତ୍ର ଅତିଥି ଭାବେ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ ମଂଚାଷୀନ ହୋଇ ବନ୍ଧୁମିଳନର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଆଇନଜୀବୀ କାର୍ତ୍ତିକ ଜେନା ମଞ୍ଚ ପରିଚାଳନା କରିଥିଲେ । ପରେ ସମ୍ବର୍ଦ୍ଧନା ଉତ୍ସବ ପରେ ବନ୍ଧୁମିଳନ କରି ଭାବର ଆଦାନ ପ୍ରଦାନ କରିଥିଲେ। ସିନେ ତାରକା ଜିନାଙ୍କ ଉପସ୍ଥିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ମନଭରି ଉପଭୋଗ କରିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଜେପିର କର୍ମୀ, ନେତା, ସ୍ଥାନୀୟ  କର୍ମୀ ଉପସ୍ଥିତ ଥିଲେ ।  

ସମ୍ବନ୍ଧିତ ଖବର