PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ରାମ ମନ୍ଦିର ଭୂମିପୂଜନ ଉତ୍ସବ ଅବସରରେ ନୀଳଗିରି ଉତ୍ସବମୁଖର

ନୀଳଗିରି ୪/୮:  ଆସନ୍ତାକାଲି ଐତିହାସିକ ରାମ ମନ୍ଦିର ନିର୍ମାଣର ଭୁମି ପୂଜନ ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦିନକୁ ସାରା ଦେଶବାସୀ ଉତ୍ସାହର ସହ ଅନାଇ ରହିଥିଲେ । ବହୁ ବାଦ ବିବାଦ ପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପାଇଁ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଯାଇଥିଲା । ତେବେ ଏହି ଭୂମି ପୂଜନ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ନୀଳଗିରି ବିଜେପି ଦ୍ୱାରା ପ୍ରସ୍ତୁତି ସରିଛି ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଜଣେ ରାମଭକ୍ତ ହୋଇଥିବାବେଳେ ଏଭଳି ଐତିହାସିକ ମୂହୁର୍ତ୍ତକୁ ମନଭରି ଉପଭୋଗ କରିବାକୁ ସେ  କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ତାଙ୍କର ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ ଏହିଦିନଟି ନୀଳଗିରିରେ ଆଧ୍ୟାତ୍ମିକ ପରିବେଶ ଭିତରେ ହୋମ ଯଜ୍ଞକରି ପାଳନ କରିବାକୁ ନିର୍ଦେଶ ଦେଇଥିଲେ । ପରେ ବିଜେପି ତଟଫରୁ ଏହି ଦିବସଟି ବେଶ ଆଡମ୍ବରରେ ପାଳନ କରିବାକୁ ସଜବାଜ ସରିଛି । ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ରାମ ମନ୍ଦିର ଆଗରେ ହୋମ କରାଯିବାକୁ ପ୍ରସ୍ତୁତି ହୋଇଥିବାବେଳେ ଭକ୍ତଙ୍କ ପାଇଁ  ୧୦ ହଜାର ଲଡୁ ପ୍ରସ୍ତୁତି ହୋଇଛି ।