ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ନୀଳଗିରି ଯାତ୍ରା କମିଟିର ପ୍ରତିବାଦ, କହିଲେ ବିବାଦ ବନ୍ଦ ନକଲେ ଆଣିବୁ ନାହିଁ ଯାତ୍ରା

Published By : Prameya | April 17, 2025 9:58 AM

ନୀଳଗିରି,୧୭/୪ : କିଛି ଦିନ ହେବ ଓଡ଼ିଶା ଯାତ୍ରା ଅପେରା ଖାଲି ଉଠୁଛି ପଡ଼ୁଛି। ଯାତ୍ରା ମାଲିକ ସଙ୍ଘ ଏବଂ କଳାକାରଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି। କିଏ ସାମାଜିକ ଗଣମାଧ୍ୟମରେ କାହାକୁ କ’ଣ କହିଲାଣି ତ କିଏ ବୟକଟ୍‌, ବ୍ୟାନ୍‌ କଲାଣି । ପୁଣି କିଏ ରହିଲେ ନାଟକ କରିବେନି ବୋଲି ନାଟ୍ୟଗୁରୁ କହିଲେଣି। ପୀୟୁସ, ନରି ପଣ୍ଡାଙ୍କ ପରେ ଏବେ ଅଭିନେତ୍ରୀ ସୋନାଲିଙ୍କୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ଏହାରି ଭିତରେ ଯାତ୍ରା ମାଲିକ ସଙ୍ଘ ଏକଜୁଟ ହୋଇଥିବା ବେଳେ କଳାକାର ସଙ୍ଗ ସେମାନଙ୍କ ଏକତା ଦେଖାଇଲେଣି। ଉଭୟଙ୍କ ତୁ ତୁ ମେଁ ମେଁ ଭିତରେ ଚଳିତ ବର୍ଷ ଯାତ୍ରା କିଭଳି ହେବ ଏନେଇ ଚିନ୍ତାରେ ଯାତ୍ରା କମିଟି।

ଯାତ୍ରାରେ ଏଭଳି ଘଟଣାକୁ ନେଇ ଏବେ ଦର୍ଶକ ବି ମୁହଁ ମୋଡିଲେଣି। ଏନେଇ ଗୁରୁବାର ସକାଳେ ନୀଳଗିରି ସ୍ଵର୍ଣ୍ଣଚୁଡ଼ ଯାତ୍ରା କମିଟି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛି। ଯଦି ଯାତ୍ରାକୁ ନେଇ ଏଭଳି ବିବାଦ ଚାଲେ ତେବେ ଚଳିତ ବର୍ଷ ଯାତ୍ରା କମିଟି ନିହାତି କ୍ଷତି ସହିବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ କମିଟିର ସଦସ୍ୟମାନେ ଏହା ବିରୋଧରେ ପ୍ରତିବାଦର ସ୍ଵର ଉଠାଇଛନ୍ତି। ମାଲିକ ଓ କଳାକାର ସଙ୍ଘ ବସି ନିଷ୍ପତ୍ତି ନେଇ ବିବାଦର ଅବସନ ନ ଘଟାଇଲେ ଚଳିତବର୍ଷ ଯାତ୍ରା ଆଣିବେ ନାହିଁ ବୋଲି ନୀଳଗିରି ଯାତ୍ରା କମିଟି ନିଷ୍ପତ୍ତି ନେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.