ପ୍ରମୁଖ ଖବର
  • ୧୦୦ ଆସନରେ ବିଜେପି ପ୍ରାର୍ଥୀ ଚୂଡାନ୍ତ ! କଟିପାରେ ୭୦ ସାଂସଦଙ୍କ ଟିକେଟ, ନୂଆ ମୁହଁ ଓ ମହିଳାଙ୍କୁ ମିଳିପାରେ ସୁଯୋଗ
  • ||
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ପବ୍ଲିକ ଆକାଉଣ୍ଟ କମିଟିରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ

 ନୀଳଗିରି,୬/୧୨(ଆ.ପ୍ର): ପବ୍ଲିକ ଆକାଉଣ୍ଟ କମିଟିରେ ୧୨ଜଣ ସଦସ୍ୟ ମନୋନୀତ ହୋଇଥିବା ବେଳେ ସେଥିରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ସ୍ଥାନ ପାଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପବ୍ଲିକ ଆକାଉଣ୍ଟ କମିଟିରେ ଚେୟାରମ୍ୟାନ୍ ଭାବେ ବିଜେପିର ମୋହନ ଚରଣ ମାଝି ମନୋନୀତ ହୋଇଛନ୍ତି।୧୨ଜଣ ମନୋନୀତ ସଦସ୍ୟ ହେଲେ ବିଧାୟକ ନରସିଂହ ମିଶ୍ର, ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରସାଦ ନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟକ ବ୍ରଜକିଶୋର ପ୍ରଧାନ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଇଂ. ସୁକାନ୍ତ କୁମାର ନାୟକ । କମିଟିରେ ସ୍ଥାନ ମିଳିଥିବାରୁ ବିଧାୟକ ଇଂ. ନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.