ଜେଲର ଗୋଟିଏ ସେଲରେ ଏକାଠି ରହିବେ ବିଜୟ ମାଲ୍ୟା ଏବଂ ନୀରବ ମୋଦି, ପୂର୍ବରୁ ରହିସାରିଛି ଏହି ଆତଙ୍କବାଦୀ

ନୂଆଦିଲ୍ଲୀ୩୦।୩: ଭାରତରୁ ହଜାର ହଜାର କୋଟି ଟଙ୍କା ନେଇ ବିଦେଶ ପଳାୟନ କରିଥିବା ଦୁଇ ପଳାତକଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲର ଗୋଟିଏ ସେଲରେ ରଖାଯିବ। ଏହି ଦୁହେଁ ହେଲେ ହୀରା ବ୍ୟବସାୟୀ ନୀରବ ମୋଦୀ ଓ ଏବଂ ମନବ୍ୟବସାୟୀ ବିଜୟ ମାଲ୍ୟା। ଦୁହିଁଙ୍କୁ ଖୁବ ଶୀଘ୍ର ଭାରତ ପ୍ରତର୍ପଣ କରାଯିବ। ଗତକାଲି ଲଣ୍ଡନର ଏକ କୋର୍ଟରେ ମାଲ୍ୟାଙ୍କ ମାମଲାର ବିଚାର ହୋଇଥିଲା। ଏଭଳି ଏକ ଗମ୍ଭୀର ମାମଲାର ଶୁଣାଣି ଚାଲିଥିବା ବେଳେ ମୁଖ୍ୟ ବିଚାରପତି ଏମା ଅର୍ବଥନଟ ଯେତେବେଳେ ପ୍ରଶ୍ନ କରିଥିଲେ ନୀରବ ମୋଦୀ ଭାରତ ଯିବା ପରେ ମାଲ୍ୟାଙ୍କ ସହ ଗୋଟିଏ ସେଲରେ ରହିବେ କି? ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ହସିବା ଆରମ୍ଭ କରିଦେଇଥିଲେ।
ଗତ ଶୁକ୍ରବାର ୟୁକେ କୋର୍ଟରେ ନୀରବ ମୋଦୀଙ୍କ ୨ୟ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭରେ ୱେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ସ କୋର୍ଟର ମୁଖ୍ୟ ମାଜିଷ୍ଟ୍ରେଟ ଏମା ଅର୍ବଥନଟ କହିଲେ ଯେ, ଅନ୍ୟତମ ଠକେଇ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ସେ ନିର୍ଦେଶ ଦେଇଥିଲେ। ଏବେ ଯଦି ନୀରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ସେ କେଉଁଠି ରହିବେ? ଏହାର ଉତ୍ତରରେ ଭାରତ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା କ୍ରାଉନ ପ୍ରୋସିକ୍ୟୁସନ ସର୍ଭିସ ଓକିଲ କହିଥିଲେ ଯେ, ନୀରବ ମୋଦୀଙ୍କୁ ମୁମ୍ବାଇ ପ୍ରତ୍ୟର୍ପଣ କରାଯାଇପାରେ। ସେ ଆର୍ଥର ରୋଡ୍ ଜେଲରେ ରହିବେ, ଯେଉଁଠି ମାଲ୍ୟାଙ୍କ ରହିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପରେ ବିଚାରପତି ପ୍ରଶ୍ନ କରିଥିଲେ ଯେ, ନୀରବ ମୋଦୀ ଏବଂ ମାଲ୍ୟା କ’ଣ ଏକାଠି ଗୋଟିଏ ସେଲ୍ରେ ରହିବେ ? ବିଚାରପତିଙ୍କ ଏଭଳି ପ୍ରଶ୍ନକୁ ନେଇ କିଛି ସମୟ ପାଇଁ କୋର୍ଟରେ ଥିବା ଲୋକଙ୍କ ମୁହଁରେ ହସ ଫୁଟି ଯାଇଥିଲା।
ଭାରତରୁ ୧୩ ହଜାର ୭୦୦ କୋଟି ଟଙ୍କା ଠକେଇ କରି ନୀବର ଫେରାଇ ଥିବା ବେଳେ ମଦ ବ୍ୟବସାୟୀ ବିଜୟ ମାଲ୍ୟା ମଧ୍ୟ ଦେଶରୁ ୯ ହଜାର କୋଟି ଟଙ୍କାର ଋଣ ଠକେଇ କରି ଲଣ୍ଡନରେ ରହିଛନ୍ତି। ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ। ଉଲ୍ଲେଖନୀୟ ଯେ ଏହା ହେଉଛି ସେହି ସେଲ୍ ଯେଉଁଠାରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଆତଙ୍କବାଦୀ ଅଜମଲ କସାବକୁ ଫାଶୀ ଦିଆଯିବା ପୂର୍ବରୁ କଡା ସୁରକ୍ଷାରେ ରଖା ଯାଇଥିଲା।