PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଜେଲ୍‌ସାଥୀ ହେବେ ମାଲ୍ୟା ଓ ନିରବ; କଣ୍ଟ୍ରୋଲ ରୁମ୍‌ରୁ ୨୪ ଘଣ୍ଟା ନଜର ରଖାଯିବ

ନୂଆଦିଲ୍ଲୀ,୧୨।୬: ମୁମ୍ବାଇସ୍ଥିତ ଆର୍ଥର ରୋଡ୍‌ ଜେଲ୍‌ର ବାରାକ୍‌ ନମ୍ବର ୧୨ ପାଲଟିପାରେ ବିଲିୟନେୟାର ବାରାକ୍‌ । ଏହି ପ୍ରକୋଷ୍ଠରେ ଏକସଙ୍ଗେ ଦୁଇଜଣ ବଡ଼ ବିଲିୟନେୟାରଙ୍କୁ ରଖାଯାଇପାରେ । ସେମାନେ ହେଲେ କିଙ୍ଗଫିସର ଋଣ ମାମଲାରେ ଦେଶରୁ ଫେରାର୍‌ ହୋଇଯାଇଥିବା ମଦସମ୍ରାଟ ବିଜୟ ମାଲ୍ୟା ଏବଂ ପିଏନ୍‌ବି ମହାଘୋଟାଲାର ସୂତ୍ରଧର ଗହଣା ବ୍ୟବସାୟୀ ନିରବ ମୋଦି । ଯଦି କେନ୍ଦ୍ର ସରକାରଙ୍କ ପ୍ରତ୍ୟର୍ପଣ ଉଦ୍ୟମ ସଫଳ ହୁଏ ତା’ହେଲେ ଏହି ଦୁଇଜଣ ଆର୍ଥର ରୋଡ୍‌ ଜେଲ୍‌ରେ ରୁମ୍‌ମେଟ୍‌ ପାଲଟିପାରନ୍ତି ।

ପ୍ରତ୍ୟର୍ପଣ ହେଲେ ନିରବ ମୋଦି ଯଦି ଏହି ଜେଲରେ ରହନ୍ତି ତା’ହେଲେ କ’ଣ ସବୁ ସୁବିଧା ଏଠାରେ ଅଛି ତାହା ଜଣାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ନିରବ ମୋଦିଙ୍କ ପାଇଁ ଆର୍ଥର ରୋଡ୍‌ ଜେଲ୍‌ର ବାରାକ୍‌ ୧୨ ପ୍ରସ୍ତୁତ ଥିବା ରାଜ୍ୟ ସରକାର ଜଣାଇଛନ୍ତି । ଏହା ହେଉଛି ସମାନ କକ୍ଷ ଯେଉଁଠି ପ୍ରତ୍ୟର୍ପଣ ପରେ ବିଜୟ ମାଲ୍ୟା ବି ରହିବେ । ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ବି ମହାରାଷ୍ଟ୍ର କାରାଗାର ବିଭାଗ ଜେଲ୍‌ରେ ଉପଲବ୍ଧ ସୁବିଧାଗୁଡିକ ବିଷୟରେ ଜଣାଇଥିଲା । ବ୍ରିଟେନ୍‌ କୋର୍ଟରେ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲା ବର୍ତ୍ତମାନ ଆଗେଇ ଚାଲିଛି । ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଭାରତକୁ ଟଣାଯାଇପାରେ ।

ଆର୍ଥର ରୋଡ୍‌ ଜେଲ୍‌ କର୍ତ୍ତୃପକ୍ଷ ବାରାକ୍‌ ନମ୍ବର ୧୨କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଛନ୍ତି । ବାରାକ୍‌ ନମ୍ବର ୧୨ର ଦୁଇଟି କକ୍ଷ ମଧ୍ୟରୁ ଗୋଟିଏରେ ନିରବ ରହିବେ । ବର୍ତ୍ତମାନ ପାଇଁ ଗୋଟିଏ କକ୍ଷରେ ୩ ଜଣ ଅଛନ୍ତି ଏବଂ ଅନ୍ୟଟି ଖାଲି ପଡ଼ିଛି । ଏଥିରେ ନିରବ ମୋଦି ଏବଂ ବିଜୟ ମାଲ୍ୟା ରହିବେ । ଏଠାରେ ଯଥେଷ୍ଟ ଆଲୋକ, ପାନୀୟ ଜଳ, ବାୟୁ ଚଳାଚଳ ସୁବିଧା ରହିଛି । ତା’ ସହିତ ମେଡିକାଲ ସୁବିଧା ମଧ୍ୟ ଏଠାରେ ଥିବା ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଜଣାଇଛି । ୩ଟି ଫ୍ୟାନ୍‌, ୬ଟି ଟ୍ୟୁବ୍‌ ଲାଇଟ୍‌ ଏବଂ ଦୁଇଟି ଝରକା ଏହି କକ୍ଷରେ ଅଛି ।