ଡିନାମାଇଟ୍ ଲଗାଇ ଭଙ୍ଗାଗଲା ନିରବଙ୍କ ୧୦୦ କୋଟିର ବଙ୍ଗଳା

ମୁମ୍ବାଇଏ୮।୩: ଚର୍ଚିତ ଫେରାର ହୀରା ବ୍ୟବସାୟୀ ନିରବ ମୋଦିଙ୍କର ଆଲିବାଗ ସ୍ଥିତ ବଙ୍ଗଳାକୁ ଆଜି ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି। ୩୩ ହଜାର ବର୍ଗଫୁଟରେ ନିର୍ମିତ ଏହି ବଙ୍ଗଳକୁ ଗତ ମାସରୁ ଭାଙ୍ଗିବା ଚେଷ୍ଟା କରାଯାଉଥିଲା। ପ୍ରଶାସନର କହିବା ଅନୁସାରେ ୧୦୦ କୋଟି ଟଙ୍କାର ଏହି ବଙ୍ଗଳା ଅବୈଧ ଭାବରେ ତିଆରି କରାଯାଇଛି। ତେଣୁ ଆମେ ଭାଙ୍ଗିଦେଲୁ। ବଙ୍ଗଳାକୁ ଭାଙ୍ଗିବା ପାଇଁ ପିଲର୍ସ ଭିତରେ କଣା କରି ସେଥିରେ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି।
Nirav modi’s bunglow in alibagh demolished today after court order. #NIRAVMODI pic.twitter.com/thyHW7PGMK
— Vikas Tripathi (@vikasjournolko) March 8, 2019
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଆଲିବାଗରେ ଥିବା ନିରବ ମୋଦିଙ୍କର ଏହି ବଙ୍ଗଳା ସମୁଦ୍ର କୂଳରେ ତିଆରି ହୋଇଥିଲା। ଗତ ମଙ୍ଗଳବାର ଠାରୁ ଏହାକୁ ଭାଙ୍ଗିବା କାମ ଆରମ୍ଭ ହୋଇଥିଲା। ପ୍ରଥମେ ବଙ୍ଗଳାର କାଚକୁ ଭାଙ୍ଗିବା ପରେ ଡିନାମାଇଉଟ୍ ଦେଇ ଆଜି ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୭୦୦ କୋଟି ଟଙ୍କାର ଦୁର୍ନୀତି କରି ଫେରାର ହୋଇଯାଇଥିବା ନିରବ ମୋଦିଙ୍କ ବହୁ ସମ୍ପତ୍ତି ସିଜ୍ ହେବା ସହ ଅନେକ ସ୍ଥାନରେ ଚଢାଉ ହୋଇସାରିଛି। ସୁରକ୍ଷା କାରଣ ଦର୍ଶାଇ ନିରବ ଭାରତ ଆସିବାକୁ ଚାହୁଁନାହାନ୍ତି ବୋଲି କୋର୍ଟଙ୍କୁ ଦର୍ଶାଇଛନ୍ତି। ଏବେ ସେ ବ୍ରିଟେନରେ ରହୁଛନ୍ତି।

ଗତ ୪ ଡିସେମ୍ବରରେ ମହାରାଷ୍ଟ୍ର ସରକାର ନିରବଙ୍କ ଏହି ବଙ୍ଗଳାକୁ ଭାଙ୍ଗିବାର ନିର୍ଦେଶ ଦେଇଥିଲେ। ୨୫ ଜାନୁଆରୀରୁ ଏହାକୁ ଭାଙ୍ଗିବା କାମ ଆରମ୍ଭ ହୋଇଥିଲା। ସେତେବେଳେ କିଛି କାନ୍ଥ ଭଙ୍ଗା ଯାଇଥିଲା। କିନ୍ତୁ ପରେ କାମ ବନ୍ଦ ରହିଥିଲା। କାରଣ ବଙ୍ଗଳା ଭିତରେ ଥିବା ଦାମୀ ଆସବାପତ୍ରକୁ ପ୍ରଶାସନ ଠିକ୍ ଭାବରେ ବାହାର କରିବାକୁ ଚାହୁଁଥିଲା। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନିରବଙ୍କ ୧୪୭.୭୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।