PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

SBI, HDFC ଏବଂ ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର ! ଅର୍ଥମନ୍ତ୍ରୀ କଲେ ଏହି ବଡ ଘୋଷଣା

ନୂଆଦିଲ୍ଲୀ ୧୫/୮: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଭଲ ଖବର । ଏଣିକି ଆପଣଙ୍କ ବ୍ୟାଙ୍କିଂ ସୁବିଧା ବଢିବ । ଅର୍ଥ ମନ୍ତ୍ରୀ ବ୍ୟାଙ୍କମାନଙ୍କୁ ବଡ ପରାମର୍ଶ ଦେଇଛନ୍ତି । ଯଦି ଆପଣ ମଧ୍ୟ ବ୍ୟାଙ୍କରୁ ଲୋନ୍ ନେବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏଣିକି ଲୋନ୍ ନେବା ଅଧିକ ସହଜ ହୋଇଯିବ କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଂ ସିଷ୍ଟମ ସମ୍ପର୍କରେ ଜରୁରି ବୟାନ ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଅର୍ଥମନ୍ତ୍ରୀ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି କି ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ସେମାନେ ବ୍ୟାଙ୍କିଂ ସିଷ୍ଟମକୁ ଅଧିକ ସହଜ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବାନୁସାରେ ବ୍ୟାଙ୍କମାନେ ଗ୍ରାହକଙ୍କ ସୁବିଧା ଉପରେ ଧ୍ୟାନ ଦେବେ । ଏହା ଅତି ଆବଶ୍ୟକ । ଏହାଦ୍ୱାରା ଲୋନ୍ ନେଉଥିବା ଗ୍ରାହକଙ୍କ ପାଇଁ ଏହି ପ୍ରକ୍ରିୟା ସହଜ ହୋଇପାରିବ ।

ଅର୍ଥମନ୍ତ୍ରୀ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି କି ଲୋନ୍ ଦେଉଥିବା ମାନକକୁ ଅପଡେଟ୍ ଏବଂ ସରଳ କରିବା ଉଚିତ୍ ଯାହା ଫଳରେ ସାଧାରଣ ଲୋକଙ୍କ କାମ ସହଜ ହୋଇପାରିବ । କିଛି ଦିନ ପୂର୍ବରୁ ଉଦ୍ୟେଗ ପ୍ରତିନିଧି ଏବଂ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପରାମର୍ଶ ଦିଆଯାଇଥିଲା । ଅର୍ଥମନ୍ତ୍ରୀ ଏହି ପରାମର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ସମେତ ସମସ୍ତ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଏହି ସମସ୍ତ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କର ସମସ୍ତ କଷ୍ଟମର୍ସଙ୍କୁ ଏହାର ଫାଇଦା ମିଳିବ ।

ସମ୍ବନ୍ଧିତ ଖବର