ନୂଆଦିଲ୍ଲୀ - ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ। କେନ୍ଦ୍ରମନ୍ତ୍ରୀଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଆୟୋଜିତ ଉତ୍ସବରେ ପୂରା ରୀତିନୀତିରେ ତାଙ୍କର ଝିଅ ପରକଲା ଭାଙ୍ଗମୟୀ , ଗୁଜରାଟର ପ୍ରତୀକଙ୍କୁ ବିବାହ କରିଛନ୍ତି। କିଛି ରିପୋର୍ଟରେ କୁହାଯାଇଛି କି ବେଙ୍ଗାଲୁରୁର ଏକ ହୋଟେଲରେ ବିବାହ ଉତ୍ସବର ଆୟୋଜନ କରାଯାଇଛି।
{"id":584814,"width":645,"height":361,"sizeSlug":"full","linkDestination":"none"}
ସୂତ୍ର ମୁତାବିକ , ବିବାହ ବେଳେ ପରିବାର ଲୋକ ଓ କିଛି ବନ୍ଧୁ ଉପସ୍ଥିତ ଥିଲେ । ବିବାହ ଉତ୍ସବରେ କୌଣସି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ପ୍ରତୀକଙ୍କ ସହ ପରକଲାଙ୍କର ବିବାହ ହିନ୍ଦୁ ପରମ୍ପରା ଅନୁସାରେ ଉଡୁପୀ ଅଦାମାରୁ ମଠର ସନ୍ଥଙ୍କ ଆଶୀର୍ବାଦ ସହ ସଂପନ୍ନ ହୋଇଛି ।
ସଂସଦରେ ମହିଳା ସାଂସଦ ଶିଶୁକୁ କରାଇଲେ ସ୍ତନ୍ୟପାନ
ସୀତାରମଣଙ୍କ ଝିଅ ଭାଙ୍ଗମୟୀ ଜଣେ ଫିଚର ଲେଖିକା। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରୁ ମାଷ୍ଟର ଡିଗ୍ରୀ କରିଛନ୍ତି । ସେ ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ମିଡିଲ ସ୍କୁଲ ଅଫ୍ ଜର୍ଣ୍ଣାଲିଜିମ୍ରୁ ସାମ୍ୱାଦିକତାରେ ପାଠ ପଢ଼ିଛନ୍ତି।