PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ନିଟ୍‌ ପରୀକ୍ଷା ଫଳ ପ୍ରକାଶ; ଓଡ଼ିଶାରୁ ର‌୍ୟାଙ୍କ୍‌ ପାଇଲେ ୧୯, ୨୪୪

ଭୁବନେଶ୍ୱର,୫ା୬(ବ୍ୟୁରୋ): ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ର‌୍ୟାଙ୍କ ବାହାରିବା ପରେ ସର୍ବଭାରତୀୟସ୍ତରରେ ପାଖାପାଖି ୧୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଛି । ସେହିପରି ଓଡ଼ିଶାରୁ ୫୯.୪୪ ପ୍ରତିଶତ ହାରରେ ୧୯, ୨୪୪ ପରୀକ୍ଷାର୍ଥୀ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ରାଜସ୍ଥାନର ନଳିନୀ ଖଣ୍ଡେଲୱାଲ ମୋଟ ୭୨୦ ନମ୍ବରରୁ ୭୦୧ ରଖି ସର୍ବଭାରତୀୟ ଟପର ହୋଇଛନ୍ତି । ବଲାଙ୍ଗୀରର ଆଶୁତୋଷ ପଣ୍ଡା ରାଜ୍ୟ ଟପର୍‌ ହୋଇଛନ୍ତି । ସେ ୬୮୨ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୭୩ତମ ର‌୍ୟାଙ୍କରେ ରହିଛନ୍ତି । ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା ବର୍ଗରେ ସ୍ଥାନ ପାଇ ୧୭ତମ ସ୍ଥାନରେ ରହିଛନ୍ତି । ଅଣ ସଂରକ୍ଷିତ ବର୍ଗର ଏହି ପରୀକ୍ଷାର୍ଥୀ ମୋଟ ୬୮୦ ନମ୍ୱର ରଖିଛନ୍ତି । ତାଙ୍କର ସର୍ବଭାରତୀୟ ର‌୍ୟାଙ୍କ୍‌ ରହିଛି ୯୧ ।

ରାଜ୍ୟରୁ ମୋଟ ୩୫ ହଜାର ୯୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୩୨ ହଜାର ୩୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୨୭୧୫ ଜଣ ଅନୁପସ୍ଥିôତ ଥିଲେ । ୨୦୧୮ରେ ଓଡିଶା ପାଇଁ ପରୀକ୍ଷାଫଳ ୬୦.୬୮ ପ୍ରତିଶତ ଥିଲାବଳେ ଚଳିତ ବର୍ଷ ପାସ ହାରରେ ହ୍ରାସ ଘଟିଛି । ତେବେ ମେ’ ୫ ତାରିଖରେ ହୋଇଥିବା ନିଟ୍‌ ସର୍ବଭାରତୀୟସ୍ତରୀୟ ପରୀକ୍ଷାର ପ୍ରଶ୍ନ ସହଜ ଥିବା ବେଳେ ଫୋନି ପାଇଁ ଓଡ଼ିଶାରେ ମେ’ ୨୦ରେ ହୋଇଥିବା ପରୀକ୍ଷାର ପ୍ରଶ୍ନ କଷ୍ଟକର ଥିଲା ବୋଲି କରିଛନ୍ତି । ଫଳରେ ସର୍ବଭାରତୀୟ ଫଳ ତୁଳନାରେ ଓଡ଼ିଶାରେ ନିଟ୍‌ ପରୀକ୍ଷା ଫଳ ତୁଳନାତ୍ମକ ଭାବେ ଖରାପ ହୋଇଛି ବୋଲି ଉଭୟ ଛାତ୍ର ଓ ଅଧ୍ୟାପକ କହିଛନ୍ତି ।

ଚଳିତ ନିଟ୍‌ ପରୀକ୍ଷାରେ ଓଡ଼ିଆ ଭାଷାରେ ମୋଟ ୭୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଦେଶରେ ମୋଟ ୧୫୧୯୩୭୫ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲା ବେଳେ ୧୪୧୦୭୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୫୬.୫୦ ପ୍ରତିଶତ ହାରରେ ୭୯୭୦୪୨ ଜଣ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ତେବେ ସର୍ବଭାରତୀୟ ସ୍ତରରେ ଗତବର୍ଷ (୫୬.୨୭ ପ୍ରତିଶତ) ତୁଳନାରେ ଚଳିତ ବର୍ଷର ପାସ ହାର ବଢିଛି । ଦିଲ୍ଲୀର ପାସ ହାର ସର୍ବାଧିକ ୭୪.୯୨ ପ୍ରତିଶତ ରହିଛି । ଦିଲ୍ଲୀରୁ ମୋଟ ୩୦୨୧୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ୨୨୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ନାଗାଲାଣ୍ଡରେ ସର୍ବନିମ୍ନ ପାସହାର ୩୪.୫୨ ରହିଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଚଳିତ ଥର ୫ ଜଣ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏନ୍‌ଟିଏ ତରଫରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଭାରତୀୟ ଭେଷଜ ପରିଷଦ (ମେଡିକାଲ କାଉନସିଲ)/ଭାରତୀୟ ଦନ୍ତ ଚିକିତ୍ସକ ପରିଷଦ (ଡେଣ୍ଟାଲ୍‌ କାଉନସିଲ) ଅନୁମୋଦିତ ମେଡିକାଲ୍‌, ଡେଣ୍ଟାଲ୍‌ କଲେଜରେ ଏମ୍‌ବିବିଏସ/ବିଡିଏସ କଲେଜରେ ନାମଲେଖା ଆଡମିଶନ ପାଇଁ ଏହି ପରୀକ୍ଷାର ଆୟୋଜନ କରାଯାଇଥାଏ ।

ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ସର୍ବଭାରତୀୟ କୋଟା, ରାଜ୍ୟ ସରକାରଙ୍କ କୋଟା, ରାଜ୍ୟ ମ୍ୟାନେଜମେଣ୍ଟ, ଘରୋଇ ମେଡିକାଲରେ ଏନ୍‌ଆର୍‌ଆଇ କୋଟା, ଡେଣ୍ଟାଲ କଲେଜ, କୌଣସି ଘରୋଇ ଡିମ୍‌୍ଡ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ପୁଲ କୋଟା ସିଟରେ ନାମ ଲେଖାଇ ପାରିବେ । ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ, ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଭାରତୀୟ, ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏବଂ ବିଦେଶୀ ନାଗରିକ ନିଟ୍‌ ପରୀକ୍ଷା ଦେଇଥାନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କର ନିଟ୍‌ ଫଳ ଦ୍ଭଗ୍ଧବଦ୍ଭରରଗ୍ଧ.ଦ୍ଭସମ.ସଦ୍ଭ କ୍ଟକ୍ସ ଜ୍ଞମମ.ଦ୍ଭସମ.ସଦ୍ଭ ଜାଣି ପାରିବେ ।