ନୂଆଦିଲ୍ଲୀ- ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଡ଼ ଛାଡ଼ିବା ବିଷୟରେ ନିଜେ ଅପଡେଟ୍ ଦେଇଛନ୍ତି। ନୀତୀଶ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ମିଡ଼ିଆ ସହ କଥାବାର୍ତ୍ତାରେ ସେ କହିଥିଲେ ଯେ, ସେ ୩-୪ ଦିନରେ ପାଟନା ଫେରି ସିଏମ୍ ପଦରୁ ଇସ୍ତଫା ଦେଇ ଦେବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏବେ ସେଠାରୁ ଛାଡ଼ି , ଏବେ ଏଠାରେ (ଦିଲ୍ଲୀ)ରେ ରହିବେ। ଶୁକ୍ରବାର ଦ୍ୱିପହରରେ ସେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ। ସପ୍ତାହାନ୍ତ ସୁଦ୍ଧା ସେ ପାଟନା ଫେରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ଦ୍ୱିପ୍ରହରରେ ପାଟନାରୁ ବିମାନରେ ଦିଲ୍ଲୀ ପାଇଁ ପ୍ରସ୍ଥାନ କରିଛନ୍ତି। ତାଙ୍କ ସହ ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ ମଧ୍ୟ ସାଥିରେ ରହିଛନ୍ତି। ଦିଲ୍ଲୀ ଏୟାରପୋର୍ଟରେ କେନ୍ଦ୍ର ମନ୍ତ୍ରୀ ଲଲନ ସିଂହଙ୍କ ସମେତ ଜେଡିୟୁର ଅନ୍ୟ ନେତା ତାଙ୍କୁ ରିସିଭ୍ କରିବାକୁ ପହଞ୍ଚି ଥିଲେ। ବିମାନ ବନ୍ଦରରେ ମିଡ଼ିଆର ପ୍ରଶ୍ନକୁ ଏଡେଇ ନୀତୀଶ ସେଠାରୁ ଗାଡ଼ିରେ ବସି ନିଜ ବାସଭବନକୁ ଚାଲିଗଲେ।
ଦିଲ୍ଲୀ ସ୍ଥିତ ନିବାସରେ ନୀତୀଶ କୁମାର ସାମ୍ୱାଦିକଙ୍କ ସହ ସଂକ୍ଷିପ୍ତ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ସେ କାଲି ରାଜ୍ୟସଭାର ସପଥ ନେବା ପାଇଁ ଯାଉଛନ୍ତି। ୨୦ ବର୍ଷ ଯାଏ ବିହାରରେ କାମ କରିଛି, ଏବେ ଦିଲ୍ଲୀରେ ମଧ୍ୟ କାମ କରିବାର ଅଛି। ଏଥିପାଇଁ ଏଆକୁ ଆସିଛି। ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ବିଷୟରେ ପ୍ରଶ୍ନ କରାଯିବାରୁ ନୀତୀଶ କହିଥିଲେ ଯେ, ଏଠାରୁ ୩-୪ ଦିନ ପରେ ଫେରିବି , ସେତେବେଳେ କରି ଦେବି।
ଉଲ୍ଲେଖନୀୟ ଯେ, ନୀତୀଶ କୁମାର ଗତ ମାସରେ ରାଜ୍ୟସଭା ଯିବାକୁ ନିଷ୍ପତ୍ତି ନେଇଥିଲେ। ୧୬ ମାର୍ଚ୍ଚରେ ସେ ରାଜ୍ୟସଭାର ନିର୍ବାଚନ ଜିତି ଥିଲେ। ୩୦ ମାର୍ଚ୍ଚରେ ବିହାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ମଧ୍ୟ ଦେଇ ଥିଲେ। ହେଲେ ଏବେ ସେ ସିଏମ୍ ପଦରେ ରହିଛନ୍ତି। ଶୁକ୍ରବାର ସଂସଦରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ନୀତୀଶଙ୍କୁ ନବନିର୍ବାଚିତ ସାଂସଦଙ୍କ ସହ ଶପଥ ପାଠ କରାଇବେ। ଜେଡିୟୁ ନେତା ସଞ୍ଜୟ ଝାଙ୍କ ଅନୁସାରେ ଶପଥ ଗ୍ରହଣ ଦ୍ୱିପ୍ରହର ପାଖାପାଖି ସାଢେ ୧୨ଟାରେ ହେବ।