ନୂଆଦିଲ୍ଲୀ,୨୮/୧୨ : ପ୍ଲାୱାର ନେହିଁ ଫାୟର ହେ... ମହାରଥୀ ଫେଲ୍ ମାରିଲେ । ବଡ଼ ବ୍ୟାଟ୍ସମ୍ୟାନ ବିଫଳ ହୋଇଥଲେ ମାତ୍ର ସଙ୍କଟମୋଚକ ସାଜିଲେ ନୀତିଶ କୁମାର ରେଡ୍ଡୀ । ଖାଲି ସେତିକି ନୁହେଁ ପ୍ରଥମ ଶତକ ସହ ମ୍ୟାଚରେ ରୋମାଞ୍ଚ ଭରିଲେ । ବର୍ଡର- ଗାଭାସ୍କର ଟ୍ରଫିର ମେଲବର୍ଣ୍ଣ ଟେଷ୍ଟରେ ଚର୍ଚ୍ଚାରେ ରହିଛନ୍ତି ନୀତିଶ କୁମାର ରେଡ୍ଡୀ । ଡେବ୍ୟୁ ସେଞ୍ଚୁରୀ ସହ ନୀତିଶଙ୍କ ଦମଦାର ପାଳି ବଳରେ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇ ହୋଇଛି । ନୀତିଶଙ୍କ ଶତକରେ ୧୦ଟି ଚୌକା ଓ ଗୋଟିଏ ଛକା ରହିଛି । ବାପାଙ୍କ ଆଗରେ ଶତର ହାସଲ କରି ସେଲିବ୍ରେସନ କରିଥିଲେ ନୀତିଶ । ଅର୍ଦ୍ଧଶତକରେ ପୁଷ୍ପା ଓ ଶତକରେ ବାହୁବଳୀ ଷ୍ଟାଇଲରେ ସେଲିବ୍ରେସ କରିଥିଲେ ନୀତିଶ କୁମାର । ତେବେ କିଏ ଏହି ନୀତିଶ କୁମାର କିପରି ଆରମ୍ଭ କରିଥିଲେ କ୍ରିକେଟ କ୍ୟାରିୟର ଆସନ୍ତୁ ଜାଣିବା ।
ନୀତିଶ କୁମାରଙ୍କ କାହାଣୀ- ୨୦୦୩ ମସିହା ମେ ୨୬ ତାରିଖରେ ବିଶାଖାପାଟନମରେ ଜନ୍ମଗ୍ରହଣ କରିଥିଲେ । ନୀତିଶ ରାଇଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଓ ମିଡିଲ ଫାଷ୍ଟ ବୋଲର । ୨୦୨୧ରେ ଟେଷ୍ଟ ଡେବ୍ୟୁ କରିଥିଲେ ନୀତିଶ କୁମାର । ୨୦୨୪ରେ ଟି-୨୦ ଇଣ୍ଟରନ୍ୟାସନଲରେ ପଦାର୍ପଣ କରିଥିଲେ । ଏହା ସହିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟେଷ୍ଟ ଡେବ୍ୟୁ କରିଥିଲେ ।
ବାପା ଚାକିରି ଛାଡିଥିଲେ- ନୀତିଶ କୁମାର କ୍ରିକେଟର ହେବା ଯାତ୍ରା ସହଜ ନଥିଲା । ତାଙ୍କ ପରିବାର ସାଧାରଣ । କ୍ରିକେଟରେ ନୀତିଶଙ୍କ କ୍ୟାରିୟର କରିବାକୁ ତାଙ୍କ ବାପା ଚାକିରି ଛାଡିଥିଲେ । ନୀତିଶଙ୍କ ମାର୍ଗଦର୍ଶନ କରିଥିଲେ । ଫଳରେ କ୍ରିକେଟର ଷ୍ଟାର ହୋଇଛନ୍ତି ନୀତିଶ । ଆଜି ମେଲବର୍ଣ୍ଣରେ ବାପାଙ୍କ ଆଗରେ ଶତକ ହାସଲ କରି ୟୁନିକ ସେଲିବ୍ରେସନ କରିଛନ୍ତି । ପୁଅର ସଫଳତା ଦେଖି ବାପା ଭାବୁକ ହୋଇପଡିଥିଲେ । ଅଣ୍ଡର-୧୬ କାଟାଗୋରୀରେ ସର୍ବଶ୍ରେଷ୍ଟ କ୍ରିକେଟର ଚୟନ ହୋଇଥିଲେ ନୀତିଶ । ବିସିସିଆଇ ଦ୍ବାରା ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଡେବ୍ୟୁ ଟି୨୦ ସିରିଜରେ କରିଥିଲେ କମାଲ-
ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ନୀତିଶ କୁମାର ଭାରତୀୟ ଦଳ ପାଇଁ ଖେଳିବାକୁ ଚୟନ ହୋଇଥିଲେ । ଚଳିତବର୍ଷ ଅକ୍ଟୋବରରେ ବାଂଲାଦେଶ ବିପକ୍ଷରେ ଟି୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ଗ୍ବାଲିୟରରେ ଖେଳାଯାଇଥିବା ଏହି ମ୍ୟାଚରେ ନୀତିଶ ୧୬ ରନ କରିଥିଲେ । ଦ୍ବିତୀୟ ମ୍ୟାଚରେ ୭୪ରନର ପାଳି ଖେଳିଥିଲେ । ବ୍ୟାଟରେ ତ କମାଲ କରିଥିଲେ ବୋଲିଂରେ ବି ଦମଦାର ପ୍ରଦର୍ଶନ କରିଥିଲେ । ରଣଜୀ ଟ୍ରଫିରେ ମୁମ୍ବାଇ ବିପକ୍ଷରେ ଦ୍ବିତୀୟ ଫାଷ୍ଟକ୍ଲାସ ଟେଷ୍ଟରେ ୫ଟି ୱିକେଟ ନେଇଥିଲେ । ବାଂଲାଦେଶ ବିପକ୍ଷରେ ୩ଟି ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିଲା ଟେଷ୍ଟ ସିରିଜରେ ଏବେ ଯାଏ ସେ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।
ନୀତିଶଙ୍କ ରେକର୍ଡ
୨୭ ଫାଷ୍ଟକ୍ଲାସ ମ୍ୟାଚରେ ୧୦୬୩ ରନ କରିଛନ୍ତି ନୀତିଶ କୁମାର । ୫୯ଟି ୱିକେଟ ନେଇଛନ୍ତି । ସେହିପରି ୨୨ଟି ଲିଷ୍ଟ-ଏ ମ୍ୟାଚରେ ୪୦୩ରନ କରିଛନ୍ତି । ୧୪ଟି ୱିକେଟ ନେଇଛନ୍ତି । ୨୩ଟି ଟି-ଟ୍ବେଣ୍ଟି ମ୍ୟାଚରେ ୪୮୫ରନ କରିବା ସହ ୧୪ଟି ୱିକେଟ ନେଇଛନ୍ତି । ୩ଟି ଟି୨୦ ଇଣ୍ଟରନେସନାଲରେ ୯୦ ରନ ସହ ୩ଟି ୱିକେଟ ଆକ୍ତିଆର କରିଛନ୍ତି । ୪ଟି ଟେଷ୍ଟ ମ୍ୟାଚ ଖେଳି ୨୮୪ରନ ସହ ୩ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ ହାସଲ କରିଥିବା ତୃତୀୟ ଯୁବା ଭାରତୀୟ ପ୍ଲେୟାର ହୋଇଛନ୍ତି । ଏହି ତାଲିକାରେ ପୂର୍ବରୁ ସଚିନ ତେନ୍ଦୁଲକର ପ୍ରଥମ (୧୮ ବର୍ଷ ୨୩୫ ଦିନ), ଦ୍ବିତୀୟରେ ଋଷବ ପନ୍ତ (୨୧ ବର୍ଷ ୯୧ ଦିନ) ବୟସ ହୋଇଥବାବେଳେ ନୀତିଶଙ୍କୁ ୨୨ ବର୍ଷ ୪୧ ଦିନ ବୟସ ହୋଇଛି ।