PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର, କେଇ ଘଣ୍ଟାରେ ବଦଳିଗଲା ବିହାର ରାଜନୈତିକ ଦୃଶ୍ୟପଟ

ପାଟନା ୦୯/ ୦୮: ବିହାରରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ମାତ୍ର କେଇ ଘଣ୍ଟା ମଧ୍ୟରେ ବଦଳିଗଲା ବିହାର ରାଜନୀତିର ଦୃଶ୍ୟପଟ । ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ଇସ୍ତଫା ଦେବା ପରେ ନୂଆ ସରକାର ଗଠନ କରିବା ପାଇଁ ଦାବି ଜଣାଇଛନ୍ତି । ମୋଟ ୧୬୦ ଜଣ ବିଧାୟକଙ୍କ ସମର୍ଥନ ସହ ନୂତନ ସରକାର ଗଠନ କରିବାକୁ କହିଛନ୍ତି ଜେଡିୟୁ ସୁପ୍ରିମୋ । ସିଏମ୍‌ ପଦରୁ ଇସ୍ତଫା ଦେବାପରେ ରାଓ୍ବଡୀ ନିବାସରେ ପହଞ୍ଚିଛନ୍ତି ନୀତିଶ । ସେଠାରେ ସରକାର ଗଠନ କରିବା ପାଇଁ ତେଜସ୍ବୀ ଯାଦବ ସହ ଆଲୋଚନା ଜାରି ରହିଥିବା ଜଣାପଡିଛି ।

ଇସ୍ତଫା ପରେ ଗଣମାଧ୍ୟମକୁ ନୀତିଶ କୁମାର କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି । ଆମେ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ସହ ମେଣ୍ଟ ଭାଙ୍ଗିଲୁ । ସମସ୍ତ ଜେଡିୟୁ ବିଧାୟକ, ସାଂସଦ ଏନଡିଏ ଛାଡିବାକୁ ଚାହୁଁଥିଲେ । ତେଣୁ ଆମେ ଏହି ନିଷ୍ପତ୍ତି ନେଲୁ’।

ସମ୍ବନ୍ଧିତ ଖବର