ଏ କେମିତିକା ମଦ ବ୍ୟାନ୍ ? ନୀତୀଶ ରୋକୁଛନ୍ତି ଓ ଜେଡିୟୁ ନେତା ପିଉଛନ୍ତି , ପ୍ରଦେଶ ସଚିବ ଗିରଫ

ଗୋପାଳଗଞ୍ଜ : ବିହାରରେ ସଂପୂର୍ଣ୍ଣ ମଦ ବ୍ୟାନ ନୀତି ନୀତୀଶ କୁମାରଙ୍କ ସ୍ୱପ୍ନ। ସରକାରଙ୍କର କନଷ୍ଟିଚୁଏଣ୍ଟ ଟିମ୍ ଓ ବିରୋଧି ବିଜେପିର ଅନେକ ଆଲୋଚନା ସତ୍ତ୍ୱେ ନୀତୀଶ କୁମାର ମଦ ବ୍ୟାନ ଉପରେ ଅଡ଼ି ବସିଛନ୍ତି। କିନ୍ତୁ ନୀତୀଶ କୁମାରଙ୍କର ହିଁ ନେତା ମଦ ବ୍ୟାନ ନୀତିକୁ ଭାଙ୍ଗିଛନ୍ତି। ପାର୍ଟି ସ୍ତରରେ ବାରମ୍ୱାର ମଦ ନପିଇବାକୁ ବାରଣ କରାଯାଇ ଶପଥ କରା ଯାଉଛି। କିନ୍ତୁ , ପାର୍ଟିର ପ୍ରଦେଶ ସ୍ତରୀୟ ପଦାଧିକାରୀଙ୍କୁ ଗୋପାଳଗଞ୍ଜରେ ନିଶାରେ ଚୂର ଥିବା ସ୍ଥିତିରେ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଧରା ପଡ଼ିଥିବା ଏହି ଜେଡିୟୁ ନେତାଙ୍କର ନାଁ ସଞ୍ଜୟ ଚୌହାନ। ବର୍ତ୍ତମାନ ସମୟରେ ସଞ୍ଜୟ ଚୌହାନ ଜେଡିୟୁ ପ୍ରଦେଶ ସଚିବଙ୍କ ଭୂମିକାରେ ଅଛନ୍ତି। ଏହା ପୂର୍ବରୁ ଗୋପାଳଗଞ୍ଜର ଜିଲ୍ଲା ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି। କୁହାଯାଉଛି କି , ସଞ୍ଜୟ ଚୌହାନଙ୍କୁ ମିରଗଞ୍ଜ ଥାନା ପୁଲିସ ନିଶାସକ୍ତ ଅବସ୍ଥାରେ ଗିରଫ କରି ନେଇଛି । ଜେଡିୟୁ ନେତାଙ୍କୁ ଏସଟିଏଫର ଟିମ୍ ଧରିଛି।
ଉଲ୍ଲେଖନୀୟ ଯେ ,ସଞ୍ଜୟ ଚୌହାନ ଉତ୍ତର ପ୍ରଦେଶରୁ ମଦ ପିଇ ନିଜ ଘରକୁ ଫେରୁଥିଲେ । ମିରଗଞ୍ଜ ଥାନା ଅଞ୍ଚଳରେ ଆଣ୍ଚି ଲିକର ଟାସ୍କ ଫୋର୍ସର ଟିମ୍ ମୁତୟନ ଥିଲେ। ଚେକିଂ ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନା ଅନୁସାରେ , ସେ ନିଜ ପାର୍ଟିର ସରକାର ଥିବାର କହିଥିଲେ। ସୁରକ୍ଷା ବଳର ଅଧିକାରୀ ଓ ଯବାନ ମାନଙ୍କୁ ସସପେଣ୍ଡ କରିବାକୁ ଚ୍ୟାଲେଞ୍ଜ ବି ଦେଇଥିଲେ । ଏମିତି କି ପୁଲିସ କର୍ମୀଙ୍କ ସହ ସେ ଟଣାଓଟରା କରିବା ସହ ଦୌଡ଼ି ପଳାଇବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ଟିମ୍ରେ ଥିବା ଏସଆଇ ଅର୍ଜୁନ ପ୍ରସାଦ , ଅନିଲ କୁମାର ସାଥିଙ୍କ ସହ ମିଶି ଧରି ନେଇଥିଲେ । ଏଠାରୁ ମିରଗଞ୍ଜ ଥାନା ନିଆଗଲା ।