ବିହାରରେ ଚମକୀ ଜ୍ୱର: ୧୦୪ରେ ପହଞ୍ଚିଲାଣି ଶିଶୁଙ୍କ ମୃତ୍ୟୁ ସଂଖ୍ୟା, ଶିଶୁଙ୍କ ପରିବାରକୁ ଆଜି ଭେଟିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ମୁଜଫରପୁର ୧୮।୬: ଇନ୍ସେଫଲାଇଟିସ୍ ସିଣ୍ଡ୍ରୋମ୍(ଏଇଏସ୍) ଅର୍ଥାତ୍ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୧୦୪ରେ ପହଞ୍ଚିଲାଣି। ଏନେଇ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଜଫରପୁର ଗସ୍ତରେ ଯିବେ।

ସେ ସନ୍ଦିଗ୍ଧ ଆକ୍ୟୁଟ୍ ଇନ୍ସେ ଫଲାଇଟିସ୍ ସିଣ୍ଡ୍ରୋମ୍(ଏଇଏସ୍)ଅର୍ଥାତ୍ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ଭେଟିବେ। ତା’ଛଡ଼ା ସେ ହସ୍ପିଟାଲର ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବେ।

ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ନୀତିଶ ଘୋଷଣା କରିଥିଲେ ଯେ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ବି ମୁଜଫରପୁର ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀକୃଷ୍ଣା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ ଏବଂ କେଜରିଓ୍ଵାଲ୍ ମାତୃସଦନ(କେ ଏମଏସ)ରେ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ମୋଟ୍ ୧୭୯ ସନ୍ଦିଗ୍ଧ ଏଇଏସ୍ ମାମଲା ସାମ୍ନାକୁ ଆସିଥିଲା।