PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ରେଲଓ୍ବେର ବଡ଼ ଘୋଷଣା,…ଏଭଳି ହେଲେ ଟ୍ରେନ ଓ ଷ୍ଟେସନରେ ମାଗଣା ହେବ ଖାଦ୍ୟ ଏବଂ ଅନ୍ୟ ସାମଗ୍ରୀ

ନୂଆଦିଲ୍ଲୀ,୧୯।୭: ଭାରତୀୟ ରେଲଓ୍ବେକୁ ଯଦି ଭାରତୀୟ ଲୋକଙ୍କ ଲାଇଫଲାଇନ୍ ବୋଲି କୁହାଯାଏ ତେବେ ଭୁଲ ହେବନି। ପ୍ରତିଦିନ ଲକ୍ଷାଧିକ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି। ଏଭଳି ସ୍ଥିତିରେ ମୋଦି ସରକାର ଟ୍ରେନରୁ ମିଳୁଥିବା ସୁବିଧା ଓ ସଫା-ସୁତୁରା ଉପରେ ବିଶେଷ ଭାବରେ ଧ୍ୟାନ ଦେଇଛନ୍ତି। ଏବେ ଭାରତୀୟ ରେଲଓ୍ବେରେ ବହୁତ ବଡ ପରିବର୍ତ୍ତନ ଆସିଛି। ଯାହାର ଫାଇଦା ଯାତ୍ରୀଙ୍କୁ ଉପରେ ସାଧିସଳଖ ପହଁଞ୍ଚିବ। ଏବେ ରେଳମନ୍ତ୍ରଣାଳୟ ଟ୍ରେନ ଓ ଷ୍ଟେସନ ଉପରେ ଜିନିଷ ବିକ୍ରି କରୁଥିବା ଲୋକଙ୍କ ଉପରେ ଲଗାମ ଲଗାଇବାକୁ ନିଷ୍ପତ୍ତି ନେଇଛି।

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ଯେଉଁଥିରେ ଯେ କହିଛନ୍ତି, ଯଦି କେହି ଜିନିଷ ବିକ୍ରି କରୁଥାଏ ଓ ବିଲ୍ ଦେଉନଥାଏ ତେବେ ତାଙ୍କୁ ଟଙ୍କା ଦେବା ଦରକାର ନାହିଁ, ସେ ଜିନିଷ ଆପଣଙ୍କ ପାଇଁ ମାଗଣା। ଟ୍ରେନରେ ଯାତ୍ରା କରୁଥିବା ଲକ୍ଷାଧିକ ଲୋକଙ୍କ ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଏହା ହେଉଛି ବଡ ନିଷ୍ପତ୍ତି। ରେଲଓ୍ବେ ପକ୍ଷରୁ ’ ନୋ ବିଲ୍, ନୋ ପେମେଣ୍ଟ’ ନୀତି ଗୁରୁବାର ଠାରୁ ସମ୍ପୂର୍ଣ୍ଣ ଭାବରେ ସମସ୍ତ ଷ୍ଟେସନରେ ଲାଗୁ କରିଦିଆଯାଇଛି।

ଏହା ଅନୁସାରେ ଷ୍ଟେସନ କିମ୍ବା ଟ୍ରେନରେ ଜିନି​‌ଷ ବିକ୍ରି କରୁଥିବା କୌଣସି ଭେଣ୍ଡର ଆପଣଙ୍କୁ ବିଲ୍ ଯଦି ଦିଏ ନାହିଁ, ତେବେ କିଣା ଯାଇଥିବା ଜିନିଷ ସମ୍ପୂର୍ଣ୍ଣ ଭାବରେ ମାଗଣା। ଏହାଠାରୁ ଭଲ ଦାମରେ ଯାତ୍ରୀଙ୍କୁ ଜିନିଷ ମିଳିବ ଓ ଭ୍ରଷ୍ଟାଚାର ଉପରେ ଲଗାମ ଲାଗିବ। ଯଦି ଏହି ନିୟମ କଡାକଡି ଭାବରେ ଲାଗୁହେବ ତେବେ ମୋଦି ସରକାରଙ୍କ ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ ହୋଇପାରିବ।

ଉଲ୍ଲେଖନୀୟ ଯେ, ଟ୍ରେନ ଓ ପ୍ଲାଟଫର୍ମରେ ପ୍ରତିଦିନ ଭେଣ୍ଡରଙ୍କ ମନମାନିର ଅଭିଯୋଗ ମିଳିବାରେ ଳାଗିଛି। ସାଧାରଣତଃ ଭେଣ୍ଡରମାନେ ପାଣିବୋତଲର ମୂଲ୍ୟରେ ସବୁଠାରୁ ଅଧିକ ଟଙ୍କା ଆଦାୟ କରିଥାନ୍ତି ଓ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ସ୍ଥାନରେ କିଛି ନିର୍ଦ୍ଧାରିତ ମୂଲ୍ୟ ମଧ୍ୟ ନଥାଏ। ଏବେ ରେଲଓ୍ବେର ଏହି ନିୟମ ଯୋଗେ ସେମାନଙ୍କୁ ୫ଟଙ୍କାର ଜିନିଷ ପାଇଁ ମଧ୍ୟ ବିଲ ଦେବାକୁ ପଡିବ।