PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ପ୍ୟାକେଟରେ ମିଳୁଥିବା ଖାଦ୍ୟ କେତେ ସୁରକ୍ଷିତ? ଜାଣନ୍ତୁ ଡବ୍ଲୁଏଚଓର ସୂଚନା

https://aajtak.intoday.in/

ନୂଆଦିଲ୍ଲୀ,୧୫।୮:  ସାରା ବିଶ୍ବରେ କରୋନାର ସ୍ଥିତି ଖୁବ୍ ଉଦବେଗନଜନକ ହୋଇପଡିଛି। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ଏବଂ କରୋନା କଟକଣାକୁ ଗ୍ରହଣ କରିବା ବାଧ୍ୟତାମୂଳକ ହୋଇପଡିଛି। ପାଦେ ପାଦେ ବିପଦ ରହିଛି। ଏଭଳି ପରିସ୍ଥିତିରେ ପ୍ୟାକେଟରେ ବିକ୍ରି ହେଉଥିବା ଖାଦ୍ୟ କେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚଓ) ପକ୍ଷରୁ କୁହାଯାଇଛି ଯେ, ପ୍ୟାକେଟ୍ ଖାଦ୍ୟରୁ କରୋନା ବ୍ୟାପିବାର କୌଣସି ପ୍ରମାଣ ମିଳିନାହିଁ। ସଂଗଠନ ପକ୍ଷରୁ ଅପିଲ କରାଯାଇଛି ଲୋକମାନେ ଖାଦ୍ୟ ସଂକ୍ରମିତ ହେବାର ଭୟ କରନ୍ତୁ ନାହିଁ।

ଡବ୍ଲୁଏଚଓର ଏମର୍ଜନ୍ସି ପୋଗ୍ରାମର ମୁଖ୍ୟ ମାଇକ୍ ରୟାନ କହିଛନ୍ତି, ଳୋକମାନେ ଖାଦ୍ୟ ଡେଲିଭରି କିମ୍ବା ପ୍ରୋସେସ୍ ଫୁଡ୍ ପ୍ୟାକେଟର ଉପ​ଯୋଗ କରିବାକୁ ଭୟ କରନ୍ତୁ ନାହିଁ। ସେଭଳି ଡବ୍ଲୁଏଚଓର ମହାମାରୀ ବିଶେଷଜ୍ଞ ମାରିୟା ଭେନ୍ କେରଖୋଭେ କହିଛନ୍ତି, ଚୀନ ଲକ୍ଷାଧିକ ପ୍ୟାକେଟର ଯାଞ୍ଚ କରିଛି ଓ ବହୁତ କମ୍ ପଜିଟିଭ ମାମଲା ସାମନାକୁ ଆସିଛି। ତାହା ୧୦ରୁ କମ୍ ହୋଇପାରେ।

ଉଲ୍ଳେଖନୀୟ ଯେ, ଚୀନର କହିବା ଅନୁସାରେ ତା’ର ଦୁଇଟି ସହରରେ ବ୍ରାଜିଲରୁ ଅଣାଯାଇଥିବା ଫ୍ରୋଜେକ୍ ଚିକେନକୁ ଯେତେବେଳେ ଯାଞ୍ଚ କରାଯାଇଥିଲା ସେତେବେଳେ ଏହା ଭିତରେ କରୋନା ଭାଇରସ୍ ଥିବାର ଜଣାପଡିଥିଲା। ଏହାଛଡା ଇକ୍ବେଡରରୁ ଆସିଥିବାର ଖାଦ୍ୟ ଜିନିଷର ପ୍ୟାକେଟ୍ ଉପରେ ମଧ୍ୟ ଭାଇରସ୍ ମିଳିଥିଲା।

ଏହା ପୂର୍ବରୁ ସାରା ବିଶ୍ବର ବିଶେଷଜ୍ଞ ମଧ୍ୟ କହିଥିଲେ ଯେ, କରୋନା ଭାଇରସ୍ ବାୟୁରେ ରହିପାରେ। ପରେ ଡବ୍ଳୁଏଚଓ ପକ୍ଷରୁ କୁହାଯାଇଥିଲା ଯେ, କରୋନା ଭାଇରସର କଣିକା ବାୟୁରେ ରହିଥାଇପାରେ। ସେଭଳି ବିଶ୍ବରେ ଆଜିପର୍ଯ୍ୟନ୍ତ କରୋନା ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ୨କୋଟି ୧୩ ଲକ୍ଷରୁ ଅଧିକ ହୋଇଯଇଛି। ସେଭଳି ୭ ଲଧ ୬୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି।