PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଗଞ୍ଜାମରେ ଗଣେଶ ପୂଜା ଉତ୍ସବ ମନା, ଟୁଇଟ୍ କରି ସୂଚନା ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର ୧୮।୮ : କରୋନା ପାଇଁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଗଣେଶ ପୂଜା ଉତ୍ସବ ପାଳନ ହେବ ନାହିଁ । ଏନେଇ ଗଞ୍ଜାମ ଜିଲ୍ଲାପାଳ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଆବଶ୍ଯକ ନଥିଲେ ଘରୁ ବାହାରକୁ ବାହାରିବାର ଆବଶ୍ୟକତା ନାହିଁ। ସାମାଜିକ ଦୂରତା,  ମାସ୍କ୍ ପରିଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସବୁ ଦୋକାନୀ ‘ପଞ୍ଚସୁତ୍ର’ ମାନି ଚଳିବାକୁ କହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଟୁଇଟ୍ ମାଧ୍ଯମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଥିବାବେଳେ ସହଯୋଗ ପାଇ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ବର ଏବଂ କଟକରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ବିଟ୍‌ କରି ମଧ୍ୟ ସୂଚନା ଦିଆଯାଇଥିଲା।କୋଭିଡ-୧୯ କଟକଣା ଅନୁଯାୟୀ ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ମନା କରାଯାଇଛି।

କଟକ, ଭୁବନେଶ୍ବର ଏବଂ ଗଞ୍ଜାମରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସ୍ଥାନୀୟ ବା ଲୋକାଲ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ ଗଣେଶ ପୂଜା ହେଲେ ଲୋକମାନେ ଗୋଟିଏ ସ୍ଥାନରେ ଜମା ହେବାର ଆଶଙ୍କା ରହିଛି । ଏଥିପାଇଁ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ଗଣେଶ ପୂଜା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।