ପ୍ରମୂଖ ଖବର
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରଙ୍ଗେଇଲୁଣ୍ଡାରେ ଗ୍ରୀନ୍‌ଫିଲ୍ଡ ଏୟାର୍‌ପୋର୍ଟ ପ୍ରସ୍ତାବ ନାହିଁ: କେନ୍ଦ୍ରମନ୍ତ୍ରୀ

Published By : Bijay Swain | March 28, 2025 12:00 AM

ବ୍ରହ୍ମପୁର, ୨୭/୩(ବ୍ୟୁରୋ): ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ର ୨-ବି (୨୦ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ ପାଇଁ କ୍ଷୁଦ୍ର ବିମାନବନ୍ଦର) ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏପ୍ରିଲ୍‌ ସୁଦ୍ଧା ସମ୍ପ୍ରସାରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି । ଏପରି ସ୍ଥଳେ ରଙ୍ଗେଇଲୁଣ୍ଡାରେ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ଦାବି ହେଉଛି । ଏପରିକି ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ଉପରୋକ୍ତ ଦାବିକୁ ନେଇ ପ୍ରଶ୍ନ ହେଉଛି । 

ଗତ ମାସରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ ବିକଶିତ କରିବା ଏବଂ ସେଠାରେ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଜ୍ୟମନ୍ତ୍ରୀ ମୂରଲୀଧର ମୋହଲ କହିଛନ୍ତି, ରଙ୍ଗେଇଲୁଣ୍ଡା ଠାରେ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ବିଭାଗ ପ୍ରସ୍ତାବ ପାଇନାହିଁ । ସେ ଆହୁରି ମଧ୍ୟ କହିଥିଲେ, କେନ୍ଦ୍ର ସରକାର ନୂଆ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ  ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ପଲିସି (ଜିଏଫ୍‌ଏ) ୨୦୦୮ ରହିଛି । ରାଜ୍ୟ ସରକାର କିମ୍ବା ଅନ୍ୟ ଏଜେନ୍ସି ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କଲେ ଏହି ପଲିସି ଅନ୍ତର୍ଗତ ଉପଯୁକ୍ତ ଜମି ଚିହ୍ନଟ କରିବା ଏବଂ ପ୍ରି-ଫିଜିବିଲିଟି ଷ୍ଟଡି ରିପୋର୍ଟ ପ୍ରସ୍ତୁତ କରିବା ଜରୁରୀ । ଚିହ୍ନଟ ଜମିର ଅନୁମୋଦନ ପାଇଁ ଏହି ଷ୍ଟଡି ରିପୋର୍ଟ ଦାଖଲ କରିବାକୁ ହେବ । ମାତ୍ର ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ପକ୍ଷରୁ ଏଭଳି ପ୍ରସ୍ତାବ କିମ୍ବା ରିପୋର୍ଟ କେନ୍ଦ୍ର ନିକଟରେ ଦାଖଲ ହୋଇନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାରେ କହିଥିବା ରାଜ୍ୟସଭା ସାଂସଦ ପାତ୍ର ଆଜି ଟ୍ୱିଟ୍‌ କରି ଜଣାଇଛନ୍ତି । 

ଅନ୍ୟପଟେ ଆଜି ବିଧାନସଭାରେ ବିଧାୟକ ଧ୍ରୁବଚରଣ ସାହୁ ରାଜ୍ୟରେ କେଉଁ କେଉଁ ସ୍ଥାନରେ ବିମାନବନ୍ଦର ପ୍ରତିଷ୍ଠା ଓ ବିମାନ ଚଳାଚଳ ଲାଗି କି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଜୟପୁର ଓ ଉତ୍‌କେଲା ବିମାନବନ୍ଦର ସମ୍ପ୍ରସାରଣ କରି ୩-ସି ବର୍ଗର ବିମାନବନ୍ଦରରେ ପରିଣତ କରିବା ନିମନ୍ତେ ଯୋଜନା ରହିଛି । ସେହିପରି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ୨-ବି ବର୍ଗର ବିମାନବନ୍ଦରରେ ପରିଣତ କରିବା ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି । ସୂଚନାଯୋଗ୍ୟ, ୫ ମାର୍ଚ୍ଚ ୨୦୨୩ ପଞ୍ଚାୟତିରାଜ ଦିବସରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହୋଇଥିଲା । ୯ ସିଟ୍‌ ବିଶିଷ୍ଟ କ୍ଷୁଦ୍ର ବିମାନ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଯାତାୟାତ ଆରମ୍ଭ କରିଥିଲା । ମାତ୍ର ସ୍ଥାନୀୟ ଆବଶ୍ୟକତାକୁ ଭିତ୍ତିକରି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । 

ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ହୋଇଥିଲା । ଏୟାର୍‌ଷ୍ଟ୍ରିପ୍‌ ରନୱେ ୭୫୦ ମିଟର ଲମ୍ବ ରହିଥିବା ବେଳେ ଏହାକୁ ୯୦୦ମିଟରକୁ ବୃଦ୍ଧି କରାଯାଉଛି । ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ଏଠାରୁ ଚଳାଚଳ କରୁଥିବା ୯ ସିଟ୍‌ ବିଶିଷ୍ଟ ବିମାନ ସେବା ବନ୍ଦ ରହିଛି । କିଛି ମାସ ପୂର୍ବରୁ ଏହାର ରନ୍‌ୱେକୁ ୧୨୦୦ ମିଟର୍‌କୁ ସମ୍ପ୍ରସାରଣ କରିବା ଏବଂ ୩-ସି ବର୍ଗକୁ ଉନ୍ନୀତ କରିବାକୁ ଆଲୋଚନା ହୋଇଥିଲା । ମାତ୍ର ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସେଭଳି ସ୍ପଷ୍ଟ ସୂଚନା କିମ୍ବା ନିର୍ଦ୍ଦେଶ ନଥିବା ଜଣାଯାଇଛି । ଅନ୍ୟପଟେ ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଗୋଟିଏ ହାଙ୍ଗର୍‌ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ଥିବା କାର୍ଯ୍ୟନିର୍ବାହୀ ସଂସ୍ଥା ଗଞ୍ଜାମ କୋଠାବାଡ଼ି ବିଭାଜନ-୨ରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.