ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ରାଜମହଲରୁ ଏଜି ନୋ ପାର୍କିଂ ଜୋନ୍‌, ଗାଡ଼ି ରଖିଲେ ମୋଟୋ ଜରିମାନା

ଭୁବନେଶ୍ୱର,୩୦/୧୧ : ରାଜମହଲରୁ ଏଜି ଛକ ରାସ୍ତାରେ ଆଉ ଗାଡ଼ି ପାର୍କିଂ କରି ହେବନି । ବିଏମ୍‌ସି ଏହି ରାସ୍ତାକୁ ନୋ ପାର୍କିଂ ଜୋନ୍‌ ଘୋଷଣା କରିବାକୁ ଯାଉଛି ।  ଏହି ଅଞ୍ଚଳର ସବୁ ସ୍ଲଟ ବା ଟେଣ୍ଡରକୁ ବାତିଲ କରିବାକୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ବିଏମ୍‌ସିକୁ ଚିଠି ଲେଖିଛି । ଗୁରୁବାରଠୁ ରାଜମହଲ ବହୁତଳ କାର ପାର୍କିଂ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ରାଜମହଲ -ଏଜି ରାସ୍ତା କଡ଼ରେ ପାର୍କିଂ ଯୋଗୁଁ ରାସ୍ତାରେ ଟ୍ରାଫିକ ଜାମ ପରିସ୍ଥିତି ଉପୁଜୁଛି । ରାସ୍ତା ପାର ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ରାସ୍ତାକୁ କବଜାକୁ ନେଇ ଉଠାଦୋକାନୀମାନେ ପସରା ମେଲାଇଥିବାରୁ ପରିସ୍ଥିତି ଜଟିଳ ହେଉଛି ।

ବିଏମ୍‌ସି ପକ୍ଷରୁ ରାସ୍ତା କଡ଼ରେ କାର ପାର୍କିଂ ପାଇଁ ଅନୁମତି ଥିଲା । ରାଜମହଲ ବହୁତଳ କାର ପାର୍କିଂ ଲୋକାର୍ପଣ ହେବ । ତେଣୁ ରାଜମହଲରୁ-ଏଜି ଉଭୟ ପାର୍ଶ୍ୱ ରାସ୍ତାରେ ପାର୍କିଂ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ନୋ ପାର୍କିଂ ଜୋନ୍‌ ଘୋଷଣା ହେବା ପରେ ଯଦି କିଏ କାର କିମ୍ବା ବାଇକ୍‌ ପାର୍କିଂ କରେ ତେବେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।  ୨୩ ତାରିଖରେ ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ସ୍ମାର୍ଟସିଟି ଲିମିଟେଡ ଏମ୍‌ଡି ଯୋଗ ଦେଇଥିଲେ । ଆଗକୁ ହକି ବିଶ୍ୱକପ୍‌ ଥିବାରୁ ସହରରେ ଟ୍ରାଫିକ ମ୍ୟାନେଜମେଣ୍ଟ ଉପରେ ଆଲୋଚନା ହୋଇଥିଲା । ତେଣୁ ଖୁବ୍‌ଶୀଘ୍ର ଏହି କାର ପାର୍କିଂ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଥିଲା ।

ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ଏହି ବହୁତଳ କାର ପାର୍କିଂ ନିର୍ମାଣ ହୋଇଛି ।  ୭ ମହଲା ବିଶିଷ୍ଠ ଏହି କାର ପାର୍କିଂରେ ଏକାଥରେ ୪୫୦ ଗାଡ଼ି ପାର୍କିଂ କରିବା ସୁବିଧା ରହିଛି । ସେହିପରି ପାର୍କିଂରେ ଇ-ଚାର୍ଜିଂ ଷ୍ଟେସନ କରାଯାଇଛି । କିଛିଦିନ ପୂର୍ବେ  ସହିଦନଗର ବହୁତଳ କାର ପାର୍କିଂ ଲୋକାର୍ପିତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.