PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ବର୍ଷା ଗାଏବ, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୫ ।୭(ବ୍ୟୁରୋ): ଋଷିକୂଲ୍ୟା ନଦୀ ଅବବାହିକାରେ ଯେତିକି ବର୍ଷା ହେବା କଥା, ତା ଠାରୁ ୬୪% କମ୍‌ ହୋଇଛି । ସୁବର୍ଣରେଖାରେ ୬୦ ପ୍ରତିଶତ, ବୈତରଣୀରେ ୪୭%, ମହାନଦୀରେ ୪୨% ଆଉ ବ୍ରାହ୍ମଣୀ ନଦୀ ଅବବାହିକାରେ ଗତବର୍ଷ ତୁଳନାରେ ୪୦ ପ୍ରତିଶତ କମ୍‌ ବର୍ଷା ହୋଇଛି ।
ମୌସୁମୀ ଅବଧିର ଦେଢ଼ ମାସ ପରେ ଜୁଲାଇ ୧୫ ତାରିଖରେ ବର୍ଷା ସ୍ଥିତି ଏମିତି । ସବୁ ଜଳଭଣ୍ଡାର ଶୁଖିଲା ପଡ଼ିଛି । କେଉଁଠି ୯୪ ପ୍ରତିଶତ ଖାଲି ପଡ଼ିଛି ତ କେଉଁଠି ମାତ୍ର ୧୭ ପ୍ରତିଶତ ପାଣି ଅଛି । ଚାରିଟି ବଡ଼ ଜଳଭଣ୍ଡାରରେ ଜଳସ୍ତର ବଢ଼ିବା ବଦଳରେ ଖସି ଚାଲିଛି ।

ମୌସୁମୀର ଏ ଅଭିମାନ ଯୋଗୁ ଚିନ୍ତାରେ ପଡ଼ିଗଲାଣି ଚାଷୀ । ବର୍ଷା ଗାଏବ ହୋଇ ଯାଇଛି । ଓଲଟା ଟାଏଁ ଟାଏଁ ଖରା ମାଡ଼ରେ ମାଟି ଶୁଖି ଧୂଳି ଉଡ଼ିଲାଣି । ଗଜା ମରୁଡ଼ି ଆଶଙ୍କାରେ ଚାଷୀ ଛାନିଆଁ ।
ପାଣିପାଗ ବିଭାଗର ତାଜା ତଥ୍ୟ କହୁଛି, ଜୁଲାଇ ୧୫ ସୁଦ୍ଧା ଅଧା ରାଜ୍ୟରେ ନିଅଣ୍ଟିଆ ବର୍ଷା । ଜୁନ୍‌ ପହିଲାରୁ ଜୁଲାଇ ୧୫ ଭିତରେ ହାରାହାରି ୩୬୮ ମିଲିମିଟର ବର୍ଷା ହେବା କଥା, ହୋଇଛି ୨୮୩ ମିଲିମିଟର । ୧୫ ଜିଲ୍ଲାରେ ୫୮ରୁ ୨୩ ପ୍ରତିଶତ ସ୍ୱଳ୍ପବୃଷ୍ଟିି ସ୍ଥିତି ।

ଆଗକୁ ଯେ ସ୍ଥିତି ସୁଧୁରିଯିବ ସେ ଆଶା ବି ଦେଖା ଯାଉ ନାହିଁ । ପାଣିପାଗ ପୂର୍ବାନୁମାନ କହୁଛି ୧୮ ତାରିଖରୁ ପାଗ ବଦଳିବ । ଚାରି ଦିନ କେତେକ ଜିଲ୍ଲାରେ ଭଲ ବର୍ଷା ହୋଇପାରେ । କିନ୍ତୁ ରାଜ୍ୟବ୍ୟାପୀ ବିସ୍ତୃତ ବର୍ଷା ହେବା ଭଳି କୌଣସି ଲକ୍ଷଣ ନାହିଁ । ଆଗାମୀ ଦୁଇ ସପ୍ତାହ ଭିତରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା କମ୍‌ ।

ପାଣିପାଗ ବିଭାଗର ସୂଚନା ମୁତାବକ ଗଜପତି ଜିଲ୍ଲାର ସ୍ଥିତି ସବୁଠାରୁ ଉଦ୍‌ବେଗଜନକ । ୫୮ ପ୍ରତିଶତ ସ୍ୱଳ୍ପ ବୃଷ୍ଟି ହୋଇଛି । ଦେଢ଼ ମାସ ଭିତରେ ହେବା କଥା ୩୩୯ ମିଲିମିଟର, ହୋଇଛି ୧୪୧ । ଧାନର ଖଣି କୁହାଯାଉଥିବା ବାଲେଶ୍ୱର ଜିଲ୍ଲାରେ ୪୮% କମ୍‌ ବର୍ଷା ହୋଇଛି । ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀ ଅବବାହିକାରେ ଗତବର୍ଷ ଏଇ ସମୟ ଭିତରେ ହୋଇଥିଲା ୪୬୨ ମିଲିମିଟର ବର୍ଷା । ଏ ବର୍ଷ ହୋଇଛି ୨୧୪ ମିଲିମିଟର । ସୁବର୍ଣରେଖାରେ ୧୪୧ ମିମି ବର୍ଷା ହୋଇଛି । ଗତବର୍ଷ ହୋଇଥିଲା ୩୫୯ ମିମି ।

ରାୟଗଡ଼ା ଜିଲ୍ଲାରେ ୪୨%, କନ୍ଧମାଳରେ ୩୮, କେନ୍ଦୁଝରରେ ୩୭, ବଲାଙ୍ଗୀରରେ ୩୬, ଓ ଗଞ୍ଜାମରେ ୩୨ ମିଲିମିଟର ସ୍ୱଳ୍ପବୃଷ୍ଟି ହୋଇଛି । ଅନୁଗୁଳରେ ବ୍ରାହ୍ମଣୀ ଅବବାହିକାରେ ଗତବର୍ଷ ତୁଳନାରେ ୧୪୭ ମିଲିମିଟର କମ୍‌ ବର୍ଷା ହୋଇଛି । ଆସିକାରେ ରୁଷିକୂଲ୍ୟାରେ ୩୩୦ ବଦଳରେ ୧୩୮ ମିଲିମିଟର, ଭୋଗରାଇରେ ସୁବର୍ଣରେଖାରେ ୧୪୦ ମିମି (ଗତବର୍ଷ ୩୩୩), ଗୋପରେ ମହାନଦୀ ଅବବାହିକାରେ ୩୧୨ ବଦଳରେ ୨୧୯ ମିଲିମିଟର, କାଶୀନଗର ବଂଶଧାରାରେ ୧୬୯ ବଦଳରେ ମାତ୍ର ୯୭ ମିଲିମିଟର ବର୍ଷା ହୋଇଛି ।

ଅନ୍ୟପଟେ ବର୍ଷା ଦିନେ ପାଣି ବଢ଼ିବା ବଦଳରେ ବାଲିମେଳା, ମାଛକୁଣ୍ଡ, କୋଲାବ ଓ ସାଳନ୍ଦୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଉଛି । ହୀରାକୁଦ ଜଳଭଣ୍ଡାର ମାତ୍ର ୧୭ ପ୍ରତିଶତ ପୂର୍ଣ ହୋଇଛି, ରେଙ୍ଗାଲିରେ ୬ ପ୍ରତିଶତ ପାଣି ଅଛି । ବାଲିମେଳାରେ ୧୧, କୋଲାବରେ ୧୪ ଓ ଇନ୍ଦ୍ରାବତୀ ଜଳଭଣ୍ଡାର ୨୨ ପ୍ରତିଶତ ପୂରିଛି ଅଧା ମୌସୁମୀ ପରେ । ଗତକାଲି (ଜୁଲାଇ ୧୪) ୨୩ଟି ଜିଲ୍ଲାରେ ଟୋପାଏ ବି ବର୍ଷା ହୋଇନାହିଁ ।