ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୪୦୦ ଫୁଟ୍‌ ଖୋଳିଲେ ବି ବାହାରୁନି ପାଣି, ଅଧିକାଂଶ ନଳକୂଅ ଫେଲ୍‌

Published By : Rasmita Pradhan | January 15, 2025 1:13 PM

ଜୟପୁର,୧୫/୦୧ : ୩୦୦ରୁ ୪୦୦ ଫୁଟ୍‌ ଖୋଳିଲେ ବି ବାହାରୁନି ପାଣି । ଫେଲ୍‌ ମାରି ସାରିଲାଣି ଅଧିକାଂଶ ନଳକୂଅ । ସହରର ଖ୍ରୀଷ୍ଟସମାଜ କବରପଦାରୁ ତେଲିଗୁଡ଼ା ଛକ ମଧ୍ୟରେ ଦେଖାଦେଇଛି ଏ ସମସ୍ୟା । ୨୬ ନମ୍ବର ଜାତୀୟ ରାଜପଥରୁ ମାତ୍ର ୨ ଶହରୁ ୩ମିଟର ଦୂରରେ ରହିଛି ଏ ଅଞ୍ଚଳ । ଯେତେ ଚେଷ୍ଟା କଲେ ବି ଗଭୀର ନଳକୂଅ ଖନନ ବିଫଳ ହେଉଛି । କାଁଭାଁ ଖନନ ସଫଳ ହେଲେ ବି ଆବଶ୍ୟକ ପାଣି ବାହାରୁନି । ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଏହି ଅଞ୍ଚଳବାସୀ । କେବଳ ଜନସ୍ୱାସ୍ଥ୍ୟ ବିଭାଗର ପାଇପ୍‌ ପାଣି ଉପରେ ଭରସା କରି ଚଳୁଛନ୍ତି । ସହରର ଅଧିକାଂଶ ଅଞ୍ଚଳରେ ଭୂତଳ ଜଳସ୍ତର ଠିକ୍‌ ରହିଥିବା ବେଳେ ଏଠାରେ କାହିଁକି ବ୍ୟତିକ୍ରମ ଦେଖାଦେଇଛି, ତାହା ବୁଝିପାରୁ ନାହାନ୍ତି ଅଞ୍ଚଳବାସୀ । ବିଶେଷଜ୍ଞଙ୍କ ଦ୍ୱାରା ଏହାର ଯାଞ୍ଚ୍‌ ଲାଗି ନିବେଦନ କରିଛନ୍ତି ।  

ସହରର ଅଧିକାଂଶ ଅଞ୍ଚଳରେ ସର୍ବାଧିକ ୨୦୦ ଫୁଟ୍‌ ପର୍ଯ୍ୟନ୍ତ ଖୋଳାଯାଉଛି ନଳକୂଅ । ବାହାରୁଛି ପ୍ରଚୁର ପାଣି । ଅଥଚ କବରବଦାରୁ ତେଲିଗୁଡ଼ା ଛକ ମଧ୍ୟରେ ୪ ଶହ ଫୁଟ୍‌ ପର୍ଯ୍ୟନ୍ତ ଖୋଳିଲେ ବି ବିଫଳ ହେଉଛି ନଳକୂଅ । କିଛିଦିନ ପୂର୍ବେ ଏହି ଅଞ୍ଚଳରେ ଉପଜିଲ୍ଲାପାଳଙ୍କ ପାଇଁ ନୂଆ କରି ତିଆରି ହୋଇଥିବା ବାସଭବନ ପରିସରରେ ନଳକୂଅ ଖୋଳାଯାଇଥିଲା । ଗୋଟିଏ ନଳକୂଅ ଫେଲ୍‌ ହେବା ପରେ ଆଉ ଏକ ସ୍ଥାନରେ ଖୋଳାଯାଇଥିଲା । ତାହା ବି ଫେଲ୍‌ ମାରିଥିଲା । ସେହିପରି ଏ ଅଞ୍ଚଳରେ ଥିବା ତହସିଲ କାର୍ଯ୍ୟାଳୟରେ ମଧ୍ୟ ଏକା ଅବସ୍ଥା । ୪ ବର୍ଷ ପୂର୍ବେ ନୂଆ ତହସିଲ କାର୍ଯ୍ୟାଳୟ ନିର୍ମାଣ ସମୟରେ ନଳକୂଅ ଖୋଳିବାକୁ ଉଦ୍ୟମ କରାଯାଇଥିଲା । କାର୍ଯ୍ୟାଳୟ ପରିସରରେ ଦୁଇଟି ନଳକୂଅ ଖୋଳାଯାଇଥିଲେ ବି ସେସବୁ ଫେଲ୍‌ ମାରିଥିଲା । କାର୍ଯ୍ୟାଳୟର କର୍ମଚାରୀମାନେ ଜନସ୍ୱାସ୍ଥ୍ୟ ବିଭାଗର ପାଇପ୍‌ ପାଣି ଉପରେ ନିର୍ଭର କରୁଛନ୍ତି । କୌଣସି କାରଣରୁ ପାଣି ଯୋଗାଣ ବନ୍ଦ ହେଲେ କର୍ମଚାରୀଙ୍କ ସହ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ନାହିଁ ନ ଥିବା ହଇରାଣ ହେଉଛନ୍ତି । 

ଅଧିକ ପଢନ୍ତୁ-୭ ଛୋଟ ସହର ପାଇଁ ବିକାଶ ନକ୍ସା, ପ୍ରଥମ ଦଫାରେ ଯୋଡ଼ା, ସୁନ୍ଦରଗଡ଼ ଓ ରାଜଗାଙ୍ଗପୁର

ଜାତୀୟ ରାଜପଥର କଡ଼ରେ ଥିବା ଏକ ହୋଟେଲ ମଧ୍ୟ ସେହି ଏକା ସମସ୍ୟା ଦେଇ ଗତି କରୁଛି । ନଳକୂଅରୁ ଖୁବ୍‌ କମ ପାଣି ବାହାରୁଥିବାରୁ ଅନ୍ୟ ସ୍ଥାନରୁ ପାଣି ଆଣି ବ୍ୟବହାର କରାଯାଉଛି ।  ନଳକୂଅ ଖୋଳୁଥିବା ସଂସ୍ଥାର ମାଲିକ ଗୋବିନ୍ଦ ରାଓ କହିଛନ୍ତି, କୌଣସି କାରଣରୁ ଏ ଅଞ୍ଚଳରେ ଜଳସ୍ତର କମ୍‌ ରହିଛି । ଅଧିକାଂଶ ନଳକୂଅ ଖନନ ସଫଳ ହେଉନି । କାଁ ଭାଁ କେଉଁଠି ସଫଳ ହେଲେ ବି ଆବଶ୍ୟକ ପାଣି ବାହାରୁନି । ଏ ସମ୍ପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଜଣେ ଯନ୍ତ୍ରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଜଳସ୍ତର କମ୍‌ ଥିଲେ ନଳକୂଅ ଖୋଳିଲେ ପାଣି ବାହାରିବ ନାହିଁ । କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କେଉଁଠି ପାଣି ରହିଛି, ସେହି ସ୍ଥାନ ଚିହ୍ନଟ କରାଯାଇପାରିବ । ଏଥିରେ ୯୦ ପ୍ରତିଶତ ସଫଳତା ମିଳିପାରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.