PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଏହି ଦୁଇଟି ସଂଗଠନକୁ ମିଳିବ ପୁରସ୍କାର

ନୂଆଦିଲ୍ଲୀ,୭।୧୦: ନୋବେଲ ଶାନ୍ତି ପୁରସ୍କାରର କରାଯାଇଛି ଘୋଷଣା। ନୋବେଲ କମିଟି ଦୁଇଟି ସଂଗଠନ ଓ ଜଣେ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଘୋଷଣା କରିଛନ୍ତି। ବେଲାରୁସର ମାନବାଧିକାରୀ ପ୍ରବକ୍ତା ଆଲେସ୍‌ ବାଲିଆସ୍କିଙ୍କ ନାଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। ସେଭଳି  ରୁଷର ମାନବାଧିକାର ସଂଗଠନ ମେମେରିଆଲ ଓ ୟୁକ୍ରେନ୍‌ର ମାନବାଧିକାର ସଂଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜ୍‌କୁ ୨୦୨୨ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି।

​ନୋବେଲ ଶାନ୍ତି ପୁରସ୍କାର ବିଜେତା ନିଜ ଦେଶରେ ନାଗରିକ ସମାଜର ପ୍ରତିନିଧିତ୍ବ କରିଥାନ୍ତି। ସେ ବହୁ ବର୍ଷ ପର୍ଯ୍ୟନ୍ତ ଶାସନ କ୍ଷମତାକୁ ସମାଲୋଚନା କରିବା ଓ ନାଗରିକଙ୍କ ମୌଳିକ ଅଧିକାରର ରକ୍ଷା କରିବାର ଅଧିକାରକୁ ଅଗ୍ରାଧିକାର ଦେଇଛନ୍ତି।  

ଆଲେସ୍‌ ବାଲିଆସ୍କି: ୧୯୮୦ ଦଶକର ମଧ୍ୟରେ ବେଲାରୁଷରେ ଆରମ୍ଭ ହୋଇଥିବା ଲୋକତନ୍ତ୍ର ଆନ୍ଦୋଳନର ଆରମ୍ଭ କରିଥିବା ବ୍ୟକ୍ତିଙ୍କ ଭିତରେ ସେ ଥିଲେ। ସେ ନିଜର ଜୀବନ ନିଜ ଦେଶରେ ଲୋକତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ସମର୍ପିତ କରିଥିଲେ। ସେ ୧୯୯୬ ରେ Viasna  ସଂଗଠନର ସ୍ଥାନ କରିଥିଲେ। Viasna ଏକ ମାନବାଧିକାର ସଂଗଠନ ରୂପରେ ବିକଶିତ ହୋଇଥିଲା, ଯାହାଫଳରେ ରାଜନୈତିକ କଏଦୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ।

ମେମୋରିଆଲ: ୧୯୮୭ ରେ ମାନବାଧିକାର ସଂଗଠନ ମେମୋରିଲ ପୂର୍ବ ସୋଭିଏତ୍ ସଂଘର ମାନବାଧିକାର କର୍ମୀଙ୍କ ଦ୍ବାରା ସ୍ଥାପିତ କରାଯାଇଥିଲା। ଏହାର ଉଦେଶ୍ୟ ଏହା ସୁନିଶ୍ଚିତ କରିବାର ଥିଲା ଯେ, କମ୍ୟୁନିଷ୍ଟ ଶାସନର ଉତ୍ପୀଡନର ଶିକାର ଲୋକଙ୍କୁ କେବେ ଭୁଲି ହେବନି। ଚେଚେନ୍ୟା ଯୁଦ୍ଧ ବେଳେ, ମେମୋରିଆଲ ରୁଷ ଓ ରୁଷ ସମର୍ଥକଙ୍କ ଦ୍ବାରା ଲୋକଙ୍କ ଉପରେ କରାଯାଇଥିବା ଅତ୍ୟାଚାର ଓ ଯୁଦ୍ଧ ଅପରାଧ ବିଷୟରେ ସୂଚନା ପୁରା ଦୁନିଆ ପର୍ଯ୍ୟନ୍ତ ପହଞ୍ଚାଇବା।

ଦ ସେଣ୍ଟର ଫର ସିଭିଲ ଲିବର୍ଟିଜ୍‌ : ୟୁକ୍ରେନ୍‌ରେ ମାନବାଧିକାର ଓ ଲୋକତନ୍ତ୍ରକୁ ମଜବୁତ କରିବା ଉଦେଶ୍ୟରେ ସେଣ୍ଟର ଫର ସିଭିଲ ଲିବର୍ଟିଜ୍‌ର ସ୍ଥାପନା କରାଯାଇଥିଲା। ଏହାଦ୍ବାରା ୟୁକ୍ରେନ୍‌ର ନାଗରିକ ସମାଜକୁ ମଜବୁତ କରିବା ଓ ଅଧିକାରୀଙ୍କ ଉପରେ ୟୁକ୍ରେନ୍‌କୁ ଏକ ପୂର୍ଣ୍ଣ ଲୋକତନ୍ତ୍ର ଗଠନ କରିବା ନେଇ ଚାପ ପକାଇବାର ଷ୍ଟାଣ୍ଡ ନେଇଛନ୍ତି।

ସମ୍ବନ୍ଧିତ ଖବର