PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପ୍ରତି ୩୦ ବର୍ଷରେ ୩ ଗୁଣ ବଢୁଛି ଶବ୍ଦ ପ୍ରଦୂଷଣ, ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ସାଜିଛି ଗମ୍ଭୀର ବିପଦ

ନୂଆଦିଲ୍ଲୀ ୨୭/୦୯: ନ୍ୟାସ୍‌ନାଲ୍‌ ପାର୍କ ସର୍ଭିସ୍‌ର ନ୍ୟାଚୁରାଲ୍‌ ସାଉଣ୍ଡ ଓ ନାଇଟ୍‌ ସ୍କାଇ ଡିଭିଜନ୍‌ର ରିପୋର୍ଟ ଅନୁସାରେ, ପ୍ରତି ୩୦ ବର୍ଷରେ ୨ରୁ ୩ ଗୁଣ ବଢୁଛି ଶବ୍ଦ ପ୍ରଦୂଷଣ । ଆପାତକାଳ ସାଇରନ୍‌ର ଶବ୍ଦ ମଧ୍ୟ ଗତ ଶତାବ୍ଦୀ ତୁଳନାରେ ୬ ଗୁଣ ଅଧିକ ବଢ଼ିଛି । କରୋନା ସଙ୍କଟ ସମୟରେ ଏହି ସ୍ତରରେ ଟିକିଏ ହ୍ରାସ ପାଇଥିଲା । ଏବେ କିନ୍ତୁ ଦିନଚର୍ଯ୍ୟା ସାଧାରଣ ହୋଇଛି । ଆମେ ଦୈନନ୍ଦିନ ପରିବହନ, ଟିଭି, ଆଖପାଖ ଲୋକଙ୍କ କୋଳାହଳରେ ଘେରି ରହିଛୁ ।

ଡ୍ୟୁକ୍‌ ୟୁନିଭର୍ସିଟି ମେଡିକାଲ ସ୍କୁଲ୍‌ର ପ୍ରଫେସର ଇମ୍‌କେ କଷ୍ଟ୍ରେ ଭିନ୍ନ ଭିନ୍ନ ଶବ୍ଦର ପ୍ରଭାବ ଉପରେ ଅଧ୍ୟୟନ କରିଥିଲେ । ଏଥିରୁ ଜଣାପଡ଼ିଲା, ଶାନ୍ତ ପରିବେଶରେ ଆମ ଶୁଣିବା ଓ ଚିନ୍ତା କରିବାର କ୍ଷମତା ଉତ୍ତମ ହୋଇଥାଏ। ସାଧାରଣ ଚାପଠାରୁ ସକାରାତ୍ମକ ଚାପ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ତେଣୁ ଟିକିଏ ସମୟ ମିଳିଲେ, ଏକାନ୍ତକୁ ଶୁଣିବା ଉଚିତ୍‌ ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଉଚ୍ଚ ଧ୍ୱନି ଆମ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ । ଉଚ୍ଚ ଧ୍ୱନି ସଂସ୍ପର୍ଶରେ ଲଗାତାର ଆସିବା ଦ୍ୱାରା ନିଃସଙ୍ଗତା ମଧ୍ୟ ବୃଦ୍ଧିପାଏ । ଏହା ଦ୍ୱାରା ହୃଦ୍‌ରୋଗ, ଷ୍ଟ୍ରୋକ୍‌ ଓ ମାନସିକ ଚାପ ବୃଦ୍ଧି ହୁଏ । ମ୍ୟାନ୍‌ହଟନ୍‌ର ପ୍ରଫେସର ରିଚାର୍ଡ ସୋଲଭେସ କହନ୍ତି, ଧ୍ୱନିରୁ ସୃଷ୍ଟି ହେଉଥିବା ଚାପରୁ ରକ୍ଷା ପାଇବା ପାଇଁ ମୌନ ଯୋଗ ଓ ଏକାନ୍ତ ଧ୍ୟାନ କରିବା ଉଚିତ୍‌ । ଏହା ଦ୍ୱାରା ସୁଫଳ ମିଳେ ।

ପେନ୍‌ସିଲଭାନିୟା ବିଶ୍ୱବିଦ୍ୟାଳୟର ପ୍ରଫେସର ମଥାୟସ ବାସନର୍‌ କହିଛନ୍ତି, ତୀବ୍ର ଧ୍ୱନି ଚାପର କାରଣ ପାଲଟିଯାଏ । ରାତିସାରା ତୀବ୍ର ଧ୍ୱନିଯୁକ୍ତ ପରିବେଶରେ ରହିବା ଦ୍ୱାରା ଶରୀରରେ ଚାପ ସୃଷ୍ଟିକାରୀ ହରମୋନ୍‌ର କ୍ଷରଣ ବଢ଼େ । ଏହା ରକ୍ତବାହିକାଗୁଡ଼ିକର ସଂରଚନାରେ ପରିବର୍ତ୍ତନ କରେ ।

ସମ୍ବନ୍ଧିତ ଖବର