ପ୍ରମୁଖ ଖବର
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ପୁଣି ଉତ୍ତର କୋରିଆର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ, ଟାର୍ଗେଟରେ ଆମେରିକା

ନୂଆଦିଲ୍ଲୀ,୧୯।୧୧: ଆମେରିକାକୁ ଟାର୍ଗେଟ କରିବା ପାଇଁ ଶୁକ୍ରବାର ଏକ ଦୂରଗାମୀ ବାଲାଷ୍ଟିକ୍ ମିଶାଇଲର ପରୀକ୍ଷଣ କରିଛି ଉତ୍ତର କୋରିଆ। ଦକ୍ଷିଣ କୋରିଆ ଓ ଆମେରିକା ଭିତରେ ବଢୁଥିବା ସମ୍ପର୍କକୁ  ବିରୋହଧ କରି ଉତ୍ତର କୋରିଆ ନିଜ ପରୀକ୍ଷଣ ଗତିବିଧିକୁ ପୁଣିଥରେ ଆରମ୍ଭ କରିବା ପରେ ଏହି ମିଶାଇଲ ଉତ୍‌କ୍ଷେପଣ କରିଛି। ଆମେରିକା ନିଜର ସହଯୋଗୀ ରାଷ୍ଟ୍ର ଦକ୍ଷିଣ କୋରିଆ ଓ ଜାପାନର ସୁରକ୍ଷାକୁ ନେଇ ଦୃଢ ପ୍ରତିଶୃତି ଦେବାପରେ  ଉତ୍ତର କୋରିଆ ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ସିଓଲର ସାମରିକ ପଦାଧିକାରୀ କହିଛନ୍ତି ଉତ୍ତର କୋରିଆ ଯେଉଁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ତାହା ଜାପାନ ସମୁଦ୍ରାଞ୍ଚଳ ସ୍ପର୍ଶ କରିଛି ।

ଜାପାନର ସମୁଦ୍ର ଅଞ୍ଚଳ ଅନ୍ତର୍ଗତ ହୋକାଇଦୋରେ କ୍ଷେପଣାସ୍ତ୍ର ହିଟ୍ କରିଛି ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି କ୍ଷେପଣାସ୍ତ୍ର ପଡ଼ିଥିବାରୁ ଏହାକୁ ନିନ୍ଦା କରିଛନ୍ତି କିସିଦା । ସ୍ଥିତିର ମୁକାବିଲା ଲାଗି ଜାପାନ, ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଆଲୋଚନା ଜାରି ରହିଛି । ଉତ୍ତରକୋରିଆର ପରୀକ୍ଷଣ ନେଇ ଜାପାନ ପ୍ରଧାନମନ୍ତ୍ରୀ କିସିଦା, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍  କହିଛନ୍ତି, ଉତ୍ତର କୋରିଆର ପୂର୍ବ ତଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ଦୂରଗାମୀ ବାଲାଷ୍ଟିକ ମିଶାଇଲ ପରୀକ୍ଷଣ କରାଯାଇଛି। ଏହା ଏକ ଅନ୍ତମହାଦ୍ବୀପ ବାଲାଷ୍ଟିକ୍ ମିଶାଇଲ(ଆଇସିବିଏମ୍‌) ବୋଲି ଆଶଙ୍କା କରାଯାଉଛି। ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଉତ୍ତର କୋରିଆ ଆଇସିବିଏମ୍ କାଟାଗୋରୀର ଏକ ବାଲାଷ୍ଟିକ୍ ମିଶାଇଲ ପରୀକ୍ଷଣ କରିଛି। ମିଶାଇଲ ସକାଳ ୧୦ଟା ୧୪ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.