ଏହି ଦେଶରେ ବନ୍ଦ ହୋଇଯିବ ଜେଲ୍; ନାହାନ୍ତି ଜଣେ ବି ଅପରାଧୀ, ୨ହଜାର କର୍ମଚାରୀଙ୍କ ଯିବ ଚାକିରି

ଦୁନିଆଁର ସବୁ ଦେଶରେ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ଦେଶ ଏମିତି ଅଛି ଯେଉଁଠି ଅପରାଧୀଙ୍କ ସଂଖ୍ୟା ଏଭଳି ଭାବେ ବଢିଚାଳିଛି ଯେ ରହିବା ପାଇଁ ଜେଲରେ ଯାଗା ନାହିଁ। ମାତ୍ର ୟୁରୋପରେ ଏମିତି ଏକ ଦେଶ ଅଛି ଯେଉଁଠି ଜଣେ ବି କଏଦୀ ନାହାନ୍ତି। ଯେଉଁ କାରଣରୁ ସେଠାକାର ଜେଲ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଶୁଣିବା ପରେ ଆପଣ ବିଶ୍ବାସ କରିପାରୁନଥିବେ, ମାତ୍ର ଏକଥା ସତ କି ପୃଥିବୀରେ ଏହିଭଳି ଏକ ଦେଶ ଅଛି ଯେଉଁଠାରେ ଜେଲ୍ ସମ୍ପୂର୍ଣ୍ଣ ଖାଲି ପଡ଼ିଛି।

ପଶ୍ଚିମ ୟୁରୋପରେ ଏହି ଜେଲ୍ ଅଛି, ଯେଉଁଠି ଅପରାଧୀ ନଥିବା ଯୋଗୁଁ ଜେଲ୍ ଏବେ ବନ୍ଦ ହୋଇଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନେଦରଲ୍ୟାଣ୍ଡରେ ଅପରାଧ କମ୍ ପରିମାଣରେ ହୋଇଥାଏ। ଯେଉଁକାରଣୁ ଏଠାରେ ଜଣେ ବି କଏଦୀ ନାହାନ୍ତି। ଜେଲ୍ ବନ୍ଦ ହୋଇଯିବା କଥା ଶୁଣିବା ପରେ ବହୁତ ଲୋକଙ୍କୁ ଏହା ମଧ୍ୟ ଝଟକା ଲାଗିଛି। କାରଣ ଜେଲରେ ଯେଉଁ ୨ହଜାର କର୍ମଚାରୀ କାମ କରୁଥିଲେ ସେମାନଙ୍କ ଚାକିରି ଏବେ ଚାଲିଯିବ।

ନେଦରଲ୍ୟାଣ୍ଡର ଜନସଂଖ୍ୟା ୧କୋଟି ୭୧ଲକ୍ଷ ୩୧ ହଜାରରୁ ଉର୍ଧ୍ବ। ମିଡିଆ ରିପୋର୍ଟ ଅନୁସାରେ, ୨୦୧୩ରେ ଏହି ଦେଶରେ ମାତ୍ର ୧୯ ଜଣ କଏଦୀ ଥିଲେ। ୨୦୧୮ରେ ଜଣେ ବି କଏଦୀ ନଥିଲେ। ୨୦୧୬ରେ ଟେଲିଗ୍ରାଫ୍ ୟୁକେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ନେଦରଲ୍ୟାଣ୍ଡର ନ୍ୟାୟ ମନ୍ତ୍ରାଳୟ ପରାମର୍ଶ ଦେଇଥିଲେ କି ଆସନ୍ତା ୫ ବର୍ଷରେ ଏଠାରେ ମୋଟ ଅପରାଧ ସଂଖ୍ୟା ୦.୯ ପ୍ରତିଶତ ହ୍ର୍ରାସ ପାଇବ। ନେଦରଲ୍ୟାଣ୍ଡ ଜେଲ୍ ବନ୍ଦ ହେବା ଦ୍ବାରା ଦୁଇ ପ୍ରକାର ବଡ଼ ମହତ୍ତ୍ବପୁର୍ଣ୍ଣ ପରିବର୍ତ୍ତନ ଆସିବ। ସାମାଜିକ ଦୃଷ୍ଟିକୋଣ ଅନୁସାରେ ଦେଖିବା ତ ଜେଲ ବନ୍ଦ ହେବା ଦ୍ବାରା ସେଠାରେ କାମ କରୁଥିବା ଲୋକ ବେରୋଜଗାର ହୋଇଯିବେ। କାରଣ ନେଦରଲ୍ୟାଣ୍ଡ ସୁରକ୍ଷିତ ଦେଶ ମଧ୍ୟରେ ଏକ ଅନ୍ୟତମ ଦେଶ।

ସରକାର ୭୦୦ କର୍ମଚାରୀଙ୍କୁ ଅନ୍ୟ ଏକ ବିଭାଗକୁ ଯିବା ପାଇଁ ନୋଟିସ୍ ଦେଇଛନ୍ତି। ବାକି ୧୩୦୦ଜଣ କର୍ମଚାରୀଙ୍କୁ ଅନ୍ୟ ଏକ ଚାକିରିରେ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉଛି। ନେଦରଲ୍ୟାଣ୍ଡ ଜେଲ୍ ବନ୍ଦ ହେବାର ଅନ୍ୟ ଏକ ଅର୍ଥ ହେଉଛି କି ଏଠାରେ ଗୋଟିଏ ପ୍ରଣାଳୀ, ଗୋଟିଏ ସରକାର ଏବଂ ନାଗରିକ ରୁପରେ ଏହା ସଫଳ ପାଇଛି। ଏହି ଦେଶରେ ଇଲେକ୍ଟ୍ରୋନିକ୍ ଏଙ୍କଲ ମୋନିଟାରିଙ୍ଗ୍ ବ୍ୟବସ୍ଥା ଅଛି। ଯାହା କଏଦୀଙ୍କୁ ପିନ୍ଧାଯାଏ।

ନେଦରଲ୍ୟାଣ୍ଡର ଅନ୍ୟ ଛୋଟ ମୋଟ ଜେଲ୍ ହୋଇସାରିଲାଣି। ୨୦୧୬ରେ ଏମଷ୍ଟରର୍ଡମ ଏବଂ ବିଜଲ୍ମର୍ବଜର ଜେଲ୍ ବନ୍ଦ ହୋଇସାରିଛି। ଏଠାରେ ପ୍ରାୟ ୧ହଜାର ଶରଣାର୍ଥୀଙ୍କୁ ରଖାଯାଇଛି। ସେଠାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି। ଏହା ବ୍ୟତୀତ ନୂଆ ବିଦ୍ୟାଳୟ ଓ ବିଭିନ୍ନ ପ୍ରକାର ଦୋକାନ ଖୋଲାଯାଇଛି।
