ନୂଆଦିଲ୍ଲୀ,୧୬/୦୫; ବିଦେଶ ଯାତ୍ରା ଉପରେ ଭାରତ ସରକାର ଟିକସ-ସେସ୍ ଲାଗୁ କରିବାକୁ ବିଚାର କରୁଛନ୍ତି ବୋଲି ପ୍ରକାଶିତ ଖବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୋଦି ଲେଖିଛନ୍ତି ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏଥିରେ କାଣିଚାଏ ସତ ନାହିଁ । ବିଦେଶ ଯାତ୍ରା ଉପରେ ଏଭଳି କଟକଣା ଲଗାଯିବାର ପ୍ରଶ୍ନ ହିଁ ଉଠୁନାହିଁ । ଆମେ ନିଜ ଲୋକଙ୍କ ପାଇଁ ଇଜ୍ ଅଫ୍ ଡୁଇଂ ବିଜିନେସ ଏବଂ ଇଜ୍ ଅଫ୍ ଲିଭିଂକୁ ଉନ୍ନତ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି ।

ଭାରତ ସରକାର ବିଦେଶ ଯାତ୍ରା ଉପରେ ଟିକସ, ସେସ୍ କିମ୍ବା ସରଚାର୍ଜ ଲଗାଇବାକୁ ବିଚାର କରୁଛନ୍ତି ବୋଲି ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମେ ୧୧ ତାରିଖରେ ଗୁଜରାଟର ବଡୋଦରା ଠାରେ ପେଟ୍ରୋଲ-ଡିଜେଲର ବ୍ୟବହାର କମାଇବାମେଟ୍ରୋ, ଇଲେକ୍ଟ୍ରିକ ବସ୍ ଓ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଉପଯୋଗ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । 

ସେହିଭଳି ସେ ବିଦେଶରେ ରହୁଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ନ କରିବାକୁ କହିଥିଲେ । ଏଥିସହ ୫ ଜଣ ବିଦେଶୀ ନାଗରିକଙ୍କୁ ଭାରତ ଆଣିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁନା ଆମଦାନୀ ଯୋଗୁ ଦେଶରୁ ବିପୁଳ ଅର୍ଥ ବିଦେଶ ଚାଲିଯାଉଛି । ତେଣୁ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସୁନା ନ କିଣିବାକୁ ସେ ଅପିଲ କରିଥିଲେ । ସେହିଭଳି ଏହା ପୂର୍ବରୁ ମେ ୧୦ ତାରିଖରେ ହାଇଦ୍ରାବାଦରେ ମୋଦି ଦେଶ ହିତ ପାଇଁ ୧ ବର୍ଷ ପର୍ଯ୍ୟନ୍ତ ସୁନା ନ କିଣିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଅନାବଶ୍ୟକ ଯାନବାହନ ଉପଯୋଗ କମାଇବା, ମେଟ୍ରୋରେ ଯାତ୍ରା କରିବା ଏବଂ କାର ପୁଲିଂ କରିବାକୁ କହିଥିଲେ । ଏଥିସହ ଦେଶ ହିତରେ ବିବାହ, ଛୁଟି ଓ ଅନ୍ୟାନ୍ୟ କାରଣରୁ ବିଦେଶ ଯାତ୍ରା ଅନ୍ତତଃ କିଛି ଦିନ ପର୍ଯ୍ୟନ୍ତ ବନ୍ଦ କରିଦେବାକୁ ମଧ୍ୟ ସେ କହିଥିଲେ ।

ଏହା ବି ପଢନ୍ତୁ...El Niño: ବିନାଶକାରୀ ହେବ ଭୟାନକ ଏଲ୍-ନିନୋ, ବୈଜ୍ଞାନିକ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି  

ଏକ ରିପୋର୍ଟରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର ବିଦେଶ ଯାତ୍ରା ଉପରେ ଟିକସ, ସରଚାର୍ଜ ଲଗାଇବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ରିପୋର୍ଟ ଅନୁଯାୟୀ, ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଏହା ଫଳରେ ସୃଷ୍ଟି ହୋଇଥିବା ଆର୍ଥିକ ଚାପର ସମାଧାନ ପାଇଁ ଏହି ପ୍ରସ୍ତାବ ବିକଶିତ କରାଯାଉଛି । ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ ଏହି ସରଚାର୍ଜକୁ ଗୋଟିଏ ବର୍ଷ ପାଇଁ ଅସ୍ଥାୟୀ ଭାବରେ ଲାଗୁ କରାଯାଇପାରିବ, ଯାହାର ଆୟ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଯିବ । ଏହା ମଧ୍ୟ ଦାବି କରାଯାଇଛି ଯେ, ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟ ଏବଂ ଆମଦାନୀ ଖର୍ଚ୍ଚର ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇପାରେ ।

ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ପରିବହନ ବ୍ୟବହାର କରି, ଅନାବଶ୍ୟକ ବିଦେଶ ଯାତ୍ରା ଏଡାଇ ଏବଂ ଅତ୍ୟାବଶ୍ୟକୀୟ ସୁନା କିଣିବାରୁ ନିବୃତ୍ତ ରହି ପେଟ୍ରୋଲ, ଡିଜେଲ ଏବଂ ବିଦେଶୀ ମୁଦ୍ରା ସଂରକ୍ଷଣ କରିବାରେ ସାହାଯ୍ୟ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେବାର କିଛି ଦିନ ପରେ ଏହି ରିପୋର୍ଟ ଆସିଛି ।