ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଦ୍ୟ ଭାରତରୁ ଆସୁଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍ ଲଗେଇବାକୁ ଧମକ ଦେଇଛନ୍ତି।ଟ୍ରମ୍ପ ଆମେରିକୀୟ କୃଷକଙ୍କୁ ଆକର୍ଷିତ କରିବାର ଚେଷ୍ଟାରେ ଏକ ବିବୃତ୍ତିରେ କହିଛନ୍ତି ଯେ, ଭାରତକୁ ଆମେରିକୀୟ ବଜାରରେ ଚାଉଳ ଡମ୍ପ କରିବା ଉଚିତ୍ ନୁହେଁ ଏବଂ ସେ ଏହି ମାମଲାରୁ ବର୍ତ୍ତି ଯିବେ। ଆମେରିକୀୟ ରାଷ୍ଟ୍ରପତିଙ୍କ ଏହି ବିବୃତ୍ତିକୁ ବିଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି। ଏକ୍ସପର୍ଟସଙ୍କ କହିବାନୁସାରେ , ଟାରିଫ୍ ବଢାଇବା ପୂର୍ବରୁ ଭାରତୀୟ ରପ୍ତାନୀ ଉପରେ ବହୁତ ପ୍ରଭାବ ପଡ଼ିବ ନାହିଁ , ଓଲଟା ଆମେରିକୀୟ ଉପଭୋକ୍ତାଙ୍କ ଉପରେ ବୋଝ ବୃଦ୍ଧି ପାଇବ , କାରଣ ଆମେରିକାରେ ଭାରତୀୟ ଚାଉଳ ଚାହିଦା ସଂପୂର୍ଣ୍ଣ ରୂପେ ଉପଭୋକ୍ତାଙ୍କର ପସନ୍ଦରେ ସ୍ଥିର ହୋଇ ଥାଏ। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଏହା ଟ୍ରମ୍ପ ସରକାରଙ୍କ କୌଣସି ନୀତି ନୁହେଁ , ବରଂ ତାଙ୍କର ଧମକ ପଲିଟିକ୍ସର ଅଂଶ।

ଇଣ୍ଡିଆନ ରାଇସ୍ ଏକ୍ସପୋର୍ଟର୍ସ ଫେଡରେସନର ଭାଇସ ପ୍ରେସିଡେଣ୍ଟ ଦେବ ଗର୍ଗ ଉକ୍ତ ପ୍ରସଙ୍ଗରେ ଆଲୋଚନା କରି କହିଛନ୍ତି , ଆମେରିକାରେ ଭାରତୀୟ ଚାଉଳର ଚାହିଦା ଲଗାତାର ବଢିବାରେ ଲାଗିଛି, କାରଣ ଭାରତୀୟ ଓ ସାଉଥ୍ ଏସିଆନ ବ୍ୟଞ୍ଜନ ଖୁବ୍ ଲୋକପ୍ରିୟ ହେଉଛି। ସେ ଏକ ବିବୃତ୍ତିରେ କହିଛନ୍ତି ,ଭାରତୀୟ ଚାଉଲର ଫ୍ଲେଭର , ଟେକ୍ସଚର ଓ କଲର ପ୍ରୋଫାଇଲ ପୂରା ଅଲଗା। ଆମେରିକୀୟ ଚାଉଳ ଏହାର ବିକଳ୍ପ ହୋଇ ପାରିବ ନାହିଁ। ଆମେ ଆମେରିକାରେ ଚାଉଳ ଡମ୍ପ କରୁ ନାହୁଁ , ବରଂ ମାର୍କେ ଚାହିଦାକୁ ପୂରଣ କରୁଛୁ।

ଦେବ ଗର୍ଗ ଆହୁରି କହିଛନ୍ତି , ଆମେରିକା କମ୍ ଟାରିଫ୍ ଲଗାଇ କୌଣସି ଅନୁକମ୍ପା ଦେଖାଉ ନାହିଁ। ସେ କହିଛନ୍ତି ,ଚାହିଦା ନିଜେ ବଜାରରୁ ସୃଷ୍ଟି ହୁଏ। ଯଦି ଟାରିଫ୍ ବଢାଯାଏ ତ କ୍ଷତି ଆମେରିକାକୁ ଅଧିକ ହେବ ,ଭାରତକୁ ନୁହେଁ।

ଅନ୍ୟପଟେ ଟ୍ରମ୍ପଙ୍କ ଏହି ଟାରିଫ୍ ବିବୃତ୍ତିକୁ ଅନେକ ଏକ୍ସପର୍ଟ ରାଜନୀତିକ ପଦକ୍ଷେପ କହୁଛନ୍ତି। ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆରଆଇ) କହିଛି ଯେ, ଏହି ବିବୃତ୍ତି ନିର୍ବାଚନ ପୂର୍ବରୁ ଆମେରିକୀୟ ଚାଷୀଙ୍କୁ ଆକର୍ଷିତ କରିବାର ରଣନୀତି । ଥିଙ୍କଟ୍ୟାଙ୍କ କହିଛି,ଏହି ଧମକ ପଲିଟିକ୍ସ , ପଲିସି ନୁହେଁ।