ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସୁଧୁରୁନି ପାକିସ୍ତାନ: ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ଭାରତୀୟଙ୍କ ଉପରେ କରୁଛି ଆକ୍ରମଣ

ନୂଆଦିଲ୍ଲୀ,୧୦।୩; ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ବିଶ୍ବ ପାକିସ୍ତାନକୁ ବିରୋଧ କରୁଛି। ଗତ କିଛି ଦିନ ହେବ ଲଣ୍ଡନରେ ମଧ୍ୟ ଭାରତୀୟମାନେ ପାକିସ୍ତାନୀଙ୍କୁ ବିରୋଧ କରିଥିଲେ। ଏବେ ଖବର ଶୁଣିବାକୁ ମିଳୁଛି ଯେ ବିରୋଧ ପ୍ରଦର୍ଶନରେ ରାଗି ପାକିସ୍ତାନର ଆଇଏସ୍ଆଇ ଖଲିସ୍ତାନୀ ସମର୍ଥକଙ୍କ ସହ ହାତ ମିଶାଇ ଦେଇଛି। ଗତକାଲି ମଧ୍ୟାହ୍ନରେ  ଲଣ୍ଡନର ଖଲିସ୍ତାନର ସମର୍ଥକମାନେ କିଛି ଭାରତୀୟଙ୍କ ଉପରେ ଆକ୍ରମଣ କରିଥିଲେ।

{"id":6980,"width":748,"height":498}
source:https://aajtak.intoday.in

ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ କିଛି ଭାରତୀୟ ନିଜ କାମ ପାଇଁ ଏକାଠି ହୋଇଥିଲେ। ସେ ସମୟରେ ଖଲିସ୍ତାନୀ ସମର୍ଥକ ସେଠାରେ ପହଁଞ୍ଚି ଭାରତ ବିରୋଧୀ ସ୍ଲୋଗାନ ଦେବା ସହ ଭାରତୀୟଙ୍କ ଉପରେ ଆକ୍ରମଣ କରିଥିଲେ। ଉଲ୍ଳେଖନୀୟ ଯେ ଖଲିସ୍ତାନୀ ସମର୍ଥକଙ୍କୁ ପାକିସ୍ତାନର ଆଇଏସ୍ଆଇ ନିକଟରୁ ସମର୍ଥନ ମିଳିଥାଏ। ନିକଟରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଖୁବ୍ ସମାଲୋଚନାର ପାତ୍ର ପାଲଟିଥିବା ପାକିସ୍ତାନ ଏବେ ନିଜର ସମର୍ଥକଙ୍କ ଜରିଆ​‌ରେ ଭାରତୀୟଙ୍କ ଉପରେ ଆକ୍ରମଣ କରୁଛି।

Copyright © 2022 - Summa Real Media Private Limited. All Rights Reserved.