PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ମୁଁ ଭାବୁନାହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିତ ଅନ୍ୟ କୌଣସି ରାଜନେତା ମତେ ମନ୍ତ୍ରୀ କରିଥାଆନ୍ତେ’: ଏସ.ଜୟଶଙ୍କର

Image Courtesy: mint

ପୁଣେ,୨୯/୦୧: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଶନିବାର ପୁଣେର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ,’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିିତ ଅନ୍ୟ କୌଣସି ରାଜନେତା ମତେ ମନ୍ତ୍ରୀ କରିଥାଆନ୍ତେ, ତାହା ମୁଁ ବିଶ୍ବାସ କରିପାରୁନାହିଁ’। ପୁଣେରେ ତାଙ୍କ ପୁସ୍ତକ “(The India Way: Strategies for an Uncertain World)ର ମରାଠୀ ଅନୁବାଦ ପ୍ରକାଶନରେ ଜୟଶଙ୍କର କହିଛନ୍ତି ଯେ ବୈଦେଶିକ ସଚିବ ହେବା ତାଙ୍କର ଇଚ୍ଛାଥିଲା। ସୂଚନାଥାଉକି, ମନ୍ତ୍ରୀ ହେବା ପୂର୍ବରୁ ଏସ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ବୈଦେଶିକ ସଚିବ ଭାବରେ କାର୍ଯ୍ୟ କରିସାରିଛନ୍ତି।

ଜୟଶଙ୍କର କହିଛନ୍ତି ଯେ,’ବୈଦେଶିକ ସଚିବ ହେବା, ସ୍ପଷ୍ଟ ଭାବରେ ମୋ ଅଭିଳାଶ ଭିତରେ ସିମିତ ଥିଲା।’ ମୁଁ କେବେ ବି ମନ୍ତ୍ରୀ ହେବା ପାଇଁ ସ୍ବପ୍ନରେ ବି ଭାବିନଥିଲି।’ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିତ ଅନ୍ୟ କୌଣସି ରାଜନେତା ମତେ ମନ୍ତ୍ରୀ କରିପାରି ଥାଆନ୍ତେ ବୋଲି ମୁଁ ବିଶ୍ବାସ କରିପାରୁନାହିଁ।’ ଯଦି ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥାଆନ୍ତେ, ତେବେ ରାଜନୀତିରେ ପ୍ରବେଶ କରିବା ପାଇଁ ମୋ ଭିତରେ ସାହାସ ଜନ୍ମି ଥାଆନ୍ତା କି ନାହିଁ ତାହା ମୁଁ ଜାଣେ।’

Susama Swaraj and S Jayshankar

ସୁଷମା ସ୍ବରାଜଙ୍କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା:

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହିତ କାମ କରିବାର ଅଭିଜ୍ଞତାକୁ ନେଇ ଏସ ଜୟଶଙ୍କର କହିଥିଲେ ଯେ,’ ଆମ ପାଖରେ ସଷମା ସ୍ମରାଜଙ୍କ ଭଳି ଜଣେ ଭଲ ମନ୍ତ୍ରୀ ଥିଲେ, ତାଙ୍କ ସହିତ ବ୍ୟକ୍ତିଗତ ଭାବରେ କାମ କରିବାର ଅଭିଜ୍ଞତା ଭଲ ଥିଲା। ସେ ମନ୍ତ୍ରୀ ଥିବା ବେଳେ ମୁଁ ସଚିବ ଥିଲି, ତେବେ ତାଙ୍କ ସହିତ କାମ କରି ଭଲ ଅଭିଜ୍ଞତା ଲାଭ କରିଛି।’

ଏହି ଖବର ମଧ୍ୟ ପଢ଼ନ୍ତୁ: ଅନ୍ତିମ ପର୍ଯ୍ୟାୟରେ ‘ଭାରତ ଯୋଡ଼ୋ ଯାତ୍ରା’; ସଂରକ୍ଷିତ ବର୍ଗ ଉପରେ କଂଗ୍ରେସର ନଜର!

ସମ୍ବନ୍ଧିତ ଖବର