PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ,୨୬ା୩(ବ୍ୟୁରୋ): ପ୍ରଶାସନର ବିନା ଅନୁମତିରେ ଶୋଭାଯାତ୍ରା କରିବାକୁ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଡ ସମ୍ବିତ ପାତ୍ରଙ୍କ ବିରୋଧରେ ଆସିଛି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏନେଇ ଡ଼ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତୁରନ୍ତ ଉତ୍ତର ଦେବା ପାଇଁ ନୋଟିସ୍‌ରେ କୁହାଯାଇଥିବା ସୂଚନା ମିଳିଛି । ଶ୍ରୀ ପାତ୍ର ଗତକାଲି ପୁରୀକୁ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ସେ ହାତରେ ଶ୍ରୀଜଗନ୍ନାଥଙ୍କୁ ଧରି ଶୋଭାଯାତ୍ରା କରିବା ଘଟଣା ଆଲୋଚନା ସମାଲୋଚନା ଘେରକୁ ଆସିଥିଲା । ଏଥିସହିତ ଶୋଭାଯାତ୍ରା ପାଇଁ ପ୍ରଶାସନିକ ଅନୁମତି ନଥିଲା । ଯାହାକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବିଜେପି ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର