ଭୁବନେଶ୍ବ,୧୭/୩ : ଆକ୍ସନମୋଡ଼କୁ ଆସିଛି ବିଜେଡି । ଦଳର ନିଷ୍ପତ୍ତି ବିରୋଧରେ ଯାଇ ମତଦାନ କରିଥିବା ୬ ବିଧାୟକଙ୍କୁ ଦଳ ନୋଟିସ ଦେଇଛି । ବାରବାଟୀ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବସ୍ତା ବିଧାୟିକା ସୁଭାଷୀନି ଜେନା, ଚକ୍ରମଣି କହଁର, ନବକିଶୋର ମଲ୍ଲିକ ଓ ରମାକାନ୍ତ ଭୋଇ ଦଳର ହ୍ୱିପକୁ ଅବମାନନା କରି ବିରୋଧୀ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । ତେଣୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୩ ଦିନ ଭିତରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟତଃ ନୋଟିସ ମାଧ୍ୟମରେ ପ୍ରଶ୍ନ କରାଯାଇଛି କି, କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ତାର ଉତ୍ତର ମଗାଯାଇଛି।
ସୂଚନା ଅନୁସାରେ, ରାଜ୍ୟ ରାଜନୀତିର ସବୁଠୁ ରୋଚକ ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ୍ କୁମାର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ରାଜ୍ୟସଭା ନିର୍ବାଚନ ଜିତିଛନ୍ତି ।